ପଦ୍ମପୁର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ” କାର୍ଯ୍ୟକ୍ରମ ଅନୁଷ୍ଠିତ।

0 2

ପଦ୍ମପୁର- ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ “ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ” ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୯୩ ଜଣ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ଲେଖାଏଁ ଚିଆଁ ବଣ୍ଟନ କରିଥିଲେ , ଏହା ସହ ୫୦୦ ଗୋଟି କୁକୁଡା ପାଳନ ପାଇଁ ଫାର୍ମ ନିର୍ମାଣ ସକାଶେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି କାର୍ଯକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଆଚାର୍ଯ୍ଯ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ, ପଦ୍ମପୁର ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଜିତ୍ କୁମାର ଶତପଥୀ, ଡାକ୍ତର ସୁଜାତା ଇନ୍ଦୁଆର,ଡାକ୍ତର ରୋଜାଲି ଭଞ୍ଜଦେଓ,ଡାକ୍ତର ସୁନିତା ସାହୁ ପ୍ରମୁଖ ଯୋଗଦେଇ କୁକୁଡା ପାଳନ ବିଷୟରେ ଅଧିକ ସୂଚନା ପ୍ରଦାନ କରିଥିଲେ l

Leave A Reply

Your email address will not be published.