ଜିଲ୍ଲା ମୁଖ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

0 2

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ ୧୯୨ ଗୋଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୬୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୭ ଗୋଟି ଗୋଷ୍ଠି ସମସ୍ୟା ଜନିତ ସାମୁହିକ ଅଭିଯୋଗ ରହିଥିଲା। ଏହି ସମୁଦାୟ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୯୩ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ ୪୪ ଗୋଟି ଆବେଦନ ରହିଥିବା ବେଳେ ଦୁଇ ଗୋଟି ରେଡ୍ କ୍ରସ୍ ରୁ ଆର୍ଥିକ ସହାୟତା ପାଇଁ ଆବେଦନ ରହିଥିଲା। ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ ଜନିତ, ରାସ୍ତା ମରାମତି, ଭତ୍ତା, ରାସନ୍ କାର୍ଡ, ବିଦ୍ୟାଳୟ ସମସ୍ୟା, ଋଣ ଆବେଦନ ଆଦି ରହିଥିଲା।
ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ଶରାବୁ, ଆଇ. ଟି. ଡି. ଏ. ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.