ଛତିଶଗଡ଼ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଛତିଶଗଡ଼ ପୋଲିସ ର ସମନ୍ୱୟ ବୈଠକ l

0 2

ବରଗଡ଼-ଝାରବନ୍ଧ/ଗୌରାଙ୍ଗ ଦାସ -ମନୋହର ଦାଶ: ବରଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଲୟ ରେ ଓଡିଶା ଓ ଛତିଶଗଡ଼ ପୋଲିସ ର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତିଶଗଡ଼ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଉଭୟ ରାଜ୍ୟ ର ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ର ଆରକ୍ଷୀ ଅଧିକ୍ଷକ ଓ ପୋଲିସ ଆଇ ଜି ମାନଙ୍କୁ ନେଇ ବୈଠକ ହୋଇଥିଲା l ସମ୍ବଲପୁର ଆଇ ଜି ଦୀପକ କୁମାର, ସମ୍ବଲପୁର ଏସ ପି ମୁକେଶ ଭାମୁ, ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ସୁନ୍ଦରଗଡ଼ ଏସ ପି ପ୍ରତ୍ୟୁଷ ଦିବାକର, କଳାହାଣ୍ଡି ଏସପି ଅଭିଳାଷ ଜି, ନୂଆପଡା ଏସପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର, ନବରଙ୍ଗପୁର ଏସ ପି ଏସ ସୁଶ୍ରୀ, ରାଇପୁର ରେଞ୍ଜ ଆଇ ଜି ବି ଏନ ମିନା, ରାଇଗଡ଼ ଆଇ ଜି ରତନ ଲାଲ ତାଙ୍ଗି,ରାଇଗଡ଼ ଏସପି ଅଭିଷେକ ମିନା, ମହାସମୁନ୍ଦ ଏସପି ଭୋଜରାଜ ପଟେଲ, ଗରିଆବନ୍ଦ ଏସପି ଯେ ଆର ଠାକୁର, ଧମତରୀ ଏସ ପି ପ୍ରଶାନ୍ତ ଠାକୁର, ସାରଙ୍ଗଡ଼ ଏସପି ଆଶୁତୋଷ ସିଂ ଉପସ୍ଥିତ ଥିଲେ l
ନିର୍ବାଚନ ସମୟ ରେ ଆଇନ ଶୃଙ୍ଖଳା ଓ ଉଭୟ ରାଜ୍ୟ ର ସୀମା କୁ ଆଗରୁ ବେରିଅର ପକାଇ ଜଗିବା ପାଇଁ ଅଧିକ ରୁ ଅଧିକ ନିଶା କାରବାର ଉପରେ ଧରପକଡ ନେଇ ଆଲୋଚନା କରାଯାଇଥିଲା l

Leave A Reply

Your email address will not be published.