ଯୋଡ଼ା ୭/୮(ପାର୍ଥ ସାରଥୀ ଷଡ଼ଙ୍ଗୀ):-କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଚାଲିଛି । ଫ୍ଲାଏ ଓଭର କାର୍ଯ୍ୟ। ଠିକାଦାର ଚେଭର୍କ୍ସ କମ୍ପାନୀ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରେ ନିଜର ମନମୁଖୀ କାର୍ଯ୍ୟଶୈଳୀ ଯୋଗୁଁ ଯାତାୟତ କରିବାକୁ ବହୁତ ଦୟନୀୟ ଅବସ୍ଥା ଭୋଗୁଛନ୍ତି ପୌରପାଳିକା ବାସୀ ।ବର୍ଷା ଦୀନ ଆସିବା ପୂର୍ବରୁ ରାସ୍ତାରେ ସର୍ଭିସ ରୋଡ଼ ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥା କରିବାରେ ବିଫଳ ଯୋଗୁଁ ଏପରି ଅବସ୍ଥା ବୋଲି ସାଧାରଣରେ ଆଲୋଚନା ହେଉଛି । ଫ୍ଲାଏ ଓଭର କାର୍ଯ୍ୟ ଚାଲୁଥିବା ସମୟରେ ସର୍ଭିସ ରୋଡ଼କୁ ପ୍ରଥମେ ଠିକ ନ କରି ଏହି କାର୍ଯ୍ୟପାଇଁ ଅନୁମୋଦନ ହୋଇଥିବା ଅର୍ଥକୁ ଆତ୍ମସାତ କରିବାଲକ୍ଷ୍ୟରେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଉଥିବାର ଆଲୋଚନା ଶୁଣିବାକୁ ମିଳୁଛି।ଗୋଟିଏ କାର୍ଯ୍ୟ ନ ସରୁଣୁ ପାଣି ପାଇପ ଲାଇନ କାର୍ଯ୍ୟ ହାତକୁ ନେବା, ବିଭିନ୍ନ ବେସରକାରୀ ସଂସ୍ଥାରୁ କାର୍ଯ୍ୟନେଇ ଆରମ୍ଭ କରିବା, ମାନବ ସମ୍ବଳ କମ ରଖିବା ,ଆବଶ୍ୟକ ଠାରୁ କମ ମେସିନାରୀ ବ୍ୟବହାର କରିବା, ଅନଭିଜ୍ଞ ଛୋଟ ଛୋଟ ଠିକାଦାରଙ୍କୁ ନିୟୋଜିତକରି ସେମାନଙ୍କଦ୍ୱାରା କାର୍ଯ୍ୟ କରିବା ଦ୍ୱାରା ଜନ ସାଧାରଣଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି। ଏବିଷୟରେ ଚେଭର୍କ୍ସ କମ୍ପାନୀକୁ ପଚାରିଲେ ସବୁବେଳେ ବିଭିନ୍ନ ବାହାନା ଦେଇ କାର୍ଯ୍ୟ ନ ସରିବାର କହୁଛନ୍ତି।କିନ୍ତୁ ସାଧାରଣ ଲୋକ ମାନେ କମ୍ପାନୀର କାର୍ଯ୍ୟଶୈଳୀ ଓ ଦୂରଦର୍ଶୀତାର ଅଭାବ ଯୋଗୁଁ ସର୍ଭିସରୋଡ଼ର ବିଳମ୍ବ କହୁଥିବା ର ସୁଣିବାକୁ ମିଳୁଛି। 5ଟି ସଚିବ ଭି. କେ. ପଣ୍ଡିଆନ ନିଜେଆସି କାର୍ଯ୍ୟ ର ସମୀକ୍ଷା କରିଥିଲେ ମଧ୍ୟ ଚେଭର୍କ୍ସ କମ୍ପାନୀ କାର୍ଯ୍ୟ ଧାରାରେ ତତ୍ପରତା ଦେଖିବାକୁ ମିଳୁନାହିଁ।ପୌରପାଳିକାରେ ଜଳ ଯୋଗାଣ ପ୍ରକଳ୍ପ କରିବା ନାଁରେ ପ୍ରତ୍ୟେକ ୱାର୍ଡର ରାସ୍ତା କୁ ଖୋଳି ବର୍ଷା ଦିନ ପୂର୍ବରୁ ରାସ୍ତା ମରାମତି ନକରିବାରୁ ୱାର୍ଡ ଗୁଡିକରେ ପାଣିଜମିବା ଓ ରାସ୍ତା ଗୁଡିକର ଅବସ୍ଥା ଚଳପ୍ରଚଳ ପାଇଁ ଶୋଚନିୟ ହୋଇପଡିଛି।ଏହାପ୍ରତି ବି ଠିକାଦାରର ଦୃଷ୍ଟି ନାହିଁ।ମୁଖ୍ୟରାସ୍ତାର ଅବସ୍ଥା ବହୁତ ଖରାପ ଥିବା ବେଳେ ଏହା ଉପରେ ଭାରିଯାନଗୁଡିକ ଚଳାଚଳ କରିବାବାଦ୍ୱାରା ପ୍ରତ୍ୟେକ ଦିନ ରାସ୍ତାରେ ବାଇକରୁ ପଡି ଦୁର୍ଘଟଣା ଘଟୁଛି ।ପୌରପାଳିକାର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ପ୍ରତିଦିନ ସ୍କୁଲ ଛାତ୍ର ଛାତ୍ରୀଙ୍କ ଠାରୁ ଦୈନଦିନ ବିଭିନ୍ନ କାର୍ଯ୍ୟରେ ଯାଉଥିବା ପଥଚାରୀ ଡ଼ି.ଏ.ଭି ସ୍କୁଲ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି।ରୋଗୀଟିଏ ନେବାଆଣିବା ପାଇଁ ଆମ୍ବୁଲାନ୍ସ ଟିଏ ଏହି ରାସ୍ତାରେ ଚାଲିବା କଷ୍ଟକର ।ଏଥିପ୍ରତି ପ୍ରଶାସନିକ ସ୍ତରରେ ଏହି ଠିକାଦାରର ମନମୁଖୀ କାର୍ଯ୍ୟ ଶୈଳୀରେ ଅଙ୍କୁଶ ଲଗାଇବାସହ କାର୍ଯ୍ୟ ଟିକୁ ଯଥାଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ପୌରପାଳିକାର ଡ଼ିଏଭି ସ୍କୁଲ ଠାରୁ କୁମାରଯୋଡ଼ା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଏହି ଫ୍ଲାଏ ଓଭର କାର୍ଯ୍ୟ। ୪.୮୭୫କିମି ର ଏହି ଫ୍ଲାଏ ଓଭରରେ ଉଭୟ ପାର୍ଶ୍ଵରେ ୨କିମି ରାସ୍ତା ଓ ପ୍ରାୟ ୩କିମି ଫ୍ଲାଏ ଓଭର କାର୍ଯ୍ୟ ହେବ। ଏହି କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୪୪କୋଟି ଟଙ୍କାର ଅନୁମୋଦନ ହୋଇଥିବା ବେଳେ କାର୍ଯ୍ୟ ରେ ଡ୍ରେନେଜ ଓ କଂକ୍ରିଟ ରୋଡ଼ପାଇଁ ଆହୁରି ଅର୍ଥ ବଢା ଯାଇଛି।କାର୍ଯ୍ୟ ଶେଷ ହେବାର ଶେଷ ସମୟ ସୀମା ସେପ୍ଟେମ୍ବର ମାସ ୨୦୨୩ ମସିହା ଦିଆ ଯାଇଥିଲା।ବହୁ ପ୍ରତୀକ୍ଷିତ ଏହି ଫ୍ଲାଏ ଓଭର ହେଲେ ପୌରପାଳିକାର ଜନସାଧାରଣ ଦୈନଦିନ ପିଲାମାନଙ୍କୁ ସ୍କୁଲ କଲେଜ ନେବା ଆଣିବା କରିବା ସହ,ବଜାର ଯିବା, ନିଜର ଚାକିରୀ ଓ ବ୍ୟବସାୟକ୍ଷେତ୍ରକୁ ଯିବାଆସିବା କରିପାରିବେ।ଏହିରାସ୍ତାଟିର ନିର୍ମାଣ କାର୍ଯ୍ୟ ଓବିସିସି ଠାରୁ ଗୁଜୁରାଟ ଅହମଦାବାଦର ଚେଭରକ୍ସ ନାମକ ଠିକା ସଂସ୍ଥା ନେଇ କାର୍ଯ୍ୟ କରୁଅଛି।
Sign in
Sign in
Recover your password.
A password will be e-mailed to you.
Next Post