ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତରା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସୋହନ ଯୋଜନାରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସୁଶ୍ରୀ ତରାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ , ମୋହନା ବ୍ଲକ ଅନ୍ତର୍ଗତ ବଡଖାନି ଗ୍ରାମ ଅଟନ୍ତି। ଘରେ ୩ ଭଉଣୀ ଓ ୨ ଭାଇ ଅଛନ୍ତି , ବାପା ଜଣେ ଗରିବ କୃଷକ ଏଣୁ ନିଜ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ପାଠପଢିବାକୁ ଅସମର୍ଥ , ଏଣୁ ସୁଶ୍ରୀ ତରା ପଢ଼ାପଢ଼ି କରିବା ସହ ଅନ୍ୟ ସମୟରେ ବାପାଙ୍କୁ କୃଷି କାର୍ଯ୍ୟରେ ହଳ କରିବା , ବୁଣିବା , ପ୍ରତିରୋପଣ କରିବାରେ ସାହାଯ୍ୟ କରନ୍ତି ଏବଂ ସକଳ ୯:୩୦ ଠାରୁ ୩ ଟା ପର୍ଯ୍ୟନ୍ତ ସ୍ଥାନୀୟ ହିଲ୍ ଟପ୍ ଡିଗ୍ରୀ ମହାବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷ ଇତିହାସ ବିଷୟରେ ଅଧ୍ୟୟନ କରନ୍ତି।
ସନ୍ଧ୍ୟା ସମୟରେ ମାଁ ଙ୍କୁ ଘର କାମରେ ସାହାଯ୍ୟ କରିବା ସହିତ ପଢ଼ାପଢ଼ି କରନ୍ତି। ଭବଷ୍ୟତରେ ଭଲ ପାଠ ପଢି ଇତିହାସ ଅଧ୍ୟାପକ ହେବାପାଇଁ ଲକ୍ଷ ରଖିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ନିମନ୍ତେ ବହି ପତ୍ର କିଣିବା , କୋଚିଂ ନେବା ପାଇଁ ପୋଷ୍ଟ ମେଟ୍ରିକ୍ ସ୍କଲାରସିପ ରାଶିରୁ ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତରଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ୫୦ ହାଜର ଟଙ୍କା ଚେକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ପ୍ରଦାନ କରି ଅତିରିକ୍ତ ଜିଲ୍ଲାପାଳ ଜଣାଇଲେ ଯେ ଭବିଷ୍ୟତରେ ଭଲ ପାଠ ପଢି ନିଜର ଲକ୍ଷ ପୂରଣ କରିବା ପାଇଁ କହିଥିଲେ।
ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପରିଡ଼ା ଓ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post