ବର୍ଷା ବିପର୍ଯ୍ୟସ୍ତ କରିଛି ଜୀବନଯାତ୍ରା

0

ସାଲେଭଟା / ଗୁରୁ ଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ପଂଚାୟତ ସମିତି ଅଂଚଳରେ ଗତ ଦୁଇ ଦିନ ହେଲା ଦିନ ରାତି ପ୍ରବଳ ବର୍ଷା ହୋଇଛି | ଅଳ୍ପ ସମୟ ପାଇଁ ଛାଡି ପୁଣି ବର୍ଷୁଛି ଲୋକଙ୍କର ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି | ଯେଉଁ ମାନକର ନଡା ଛପର କିମ୍ୱା ଖପର ଘର କିମ୍ବା କୁଡ଼ିଆ ଘର ଅଛି, ପାଣି ଗଳିବା ଯୋଗୁଁ ଘର ଗୁଡିକ ବାହାର ପ୍ରାୟ ହୋଇପଡିଛି କାହାରି କାହାରି ଘର ମଧ୍ୟ ଭାଙ୍ଗି ଗଲାଣି କେହି କେହି ବର୍ଷାରେ ଭିଜିଭିଜି ଘର ଛପର ସଜାଡୁଥିବାର ଦେଖିବାକୁ ମିଳୁଛି | ଗରିବ ଲୋକ, ଦିନ ମଜୁରିଆ,ଭିକାରୀ ସେମାନେ ,ସେମାଙ୍କର ପରିବାର ଲୋକଙ୍କର ଖାଇବା ଅସୁବିଧା ହେଲାଣି …ଲୋକଙ୍କର ଯିବା ଆସିବା ବଂଦ ହୋଇଗଲାଣି | ଛାତ୍ରଛାତ୍ରୀ ସ୍କୁଲ କଲେଜ ଯାଇ ପାରୁ ନାହାନ୍ତି ଲୋକଙ୍କର ଯାତାୟତ ପ୍ରଭାବିତ ହୋଇଥିବାରୁ ଯାତ୍ରୀ ଆଭାବରୁ ଯାତ୍ରିବାହୀ ବସ ଚଲା ଚଳ ମଧ୍ୟ ପ୍ରଭାବିତ ହୋଇପଡିଛି ପଂଚାୟତ ସମିତି ଅଂଚଳର ବିଭିନ୍ନ ଗାଁ ଗୁଡିକରେ ଥିବା ନାଳ ଗୁଡିକରେ ପାଣି ଭରି ଯାଇଥିବାରୁ ସେହି ରାସ୍ତା ଗୁଡିକରେ ଲୋକେ ଯାଇଆସି ପାରୁ ନାହାନ୍ତି | ସାଲେଭଟାରୁ ଆଗଲପୁର ରାସ୍ତାରେ ଗାଈଖାଇ ଜୋର ଲୁହୁରାମୁଣ୍ଡା ଛକ, ଫାସଡ଼ ଗାଁ ଓ ପଂଚାୟତ ସମିତି କାର୍ଯ୍ୟଳୟ ମଝିରେ ଥିବା ନାଳ, ଡୁଡୁକା ଗାଁ ଓ ମହୁଲପାଳି ଗାଁ ମଧ୍ୟରେ ଚୁରନି ଜୋର ଭଳି ଅଂଚଳର ବିଭିନ୍ନ ରାସ୍ତା ଦେଇ ଯାଇଥିବା ଜୋର ଓ ନାଳ ଗୁଡିକରେ ପାଣି ଭରି ରହିଥିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛି | ଗତ ଜୁଲାଇ ମାସରେ ସରକାର ରାସନ କାର୍ଡ ଧାରୀଙ୍କୁ ଜୁଲାଇ, ଅଗଷ୍ଟ ସେପ୍ଟେମ୍ବର ମାସର ମାଗଣା ଚାଉଳ ଯୋଗାଇ ଛନ୍ତି ଠିକ | କିନ୍ତୁ ଲୋକେ କାମ କରି ତାଙ୍କର ଯେଉଁ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରୁଥିଲେ ପ୍ରବଳ ବର୍ଷା ଯୋଗୁଁ କରିପାରୁ ନାହାନ୍ତି | ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ଜୀବନ ଆହୁରି ଆହୁରି କଷ୍ଟମୟ ହୋଇପଡିଛି | ନଳ ପାଣି ଆସିପାରୁନାହିଁ…ଜାଲେଣି ଅଭାବରୁ ଗରିବ, ଦିନମଜୁରିଆ, ଭିକାରୀଙ୍କ ଘରେ ଚୁଲି ଜଳି ପାରୁନି | ଅଂଚଳରେ ଥିବା ଦୋକାନ ବଜାର ଗୁଡିକ ମଧ୍ୟ ଠିକରେ ଖୋଲୁ ନାହିଁ ସରକାରୀ କାର୍ଯ୍ୟଳୟ, ହସ୍ପିଟାଲ ବ୍ୟାଙ୍କ, ପୋଷ୍ଟ ଅଫି ସ ସହଜ ଜନସେବା କେନ୍ଦ୍ରଗୁଡିକ ଠିକରେ ଖୋଲୁନାହିଁ | ଚାଷୀମାନେ ରୁଆ ବିହିଡା କାମ ଆରମ୍ଭ କରିଥିଲେ | ପ୍ରବଳ ବର୍ଷା ଯୋଗୁଁ ସବୁତକ କାମ ବନ୍ଦ ପଡିଛି ମହିଳାମାନେ ବିଶେଷ କରି ପଲ୍ଲହା ମାରିବା ପଲ୍ଲହା ରୁଇବା କାମକୁ ବାହାରି ଥିଲେ| ନିଜେ ନିଜେ ଗାଁ ସାଙ୍ଗକୁ ବିଭିନ୍ନ ଗାଁ କୁ ମଧ୍ୟ ଯାଉଥିଲେ ହେଲେ ଏଭଳି ପ୍ରବଳ ବର୍ଷା ଯୋଗୁଁ ଏ କାମ ମଧ୍ୟ ବନ୍ଦ ଅଛି |ଫଳରେ କାମ ଅଭାବରୁ ସେମାନଙ୍କ ଠାରେ ଅର୍ଥଭାବ ଦେଖା ଦେଲାଣି ସାଲେଭଟା ଗାଁ ନିକଟଦେଇ ଯାଇଥିବା ଅଙ୍ଗନଦୀରେ ପ୍ରବଳରୁ ପ୍ରବଳ ପାଣି ପ୍ରବାହିତ ହେଉଛି |

Leave A Reply

Your email address will not be published.