ଓଏଏସ ପାଇଲେ ଅବସର ପ୍ରାପ୍ତ ନେଭି କର୍ମଚାରୀ

0

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲି ପଞ୍ଚାୟତ ଅଭିମାନପୁର ଗ୍ରାମର ଅବସର ପ୍ରାପ୍ତ ନେଭି କର୍ମଚାରୀ କାର୍ତ୍ତିକ ସେନାପତି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୩୬୫ ରାଙ୍କରଖି ଉତ୍ତିର୍ଣ୍ଣ ହୋଇଥିବା ବେଳେ ୨୦୨୧ ମସିହାରେ ସେ ନେଭିରୁ ଅବସର ନେଇଥିଲେ।ଏହାପରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାପାଇଁ ପ୍ରସ୍ତୁତି ହୋଇଥିଲେ ।କାର୍ତ୍ତିକ ଗୋଡ଼ିପଲ୍ଲି ପଞ୍ଚାୟତ ଅଭିମାନପୁର ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ସେନାପତି ଓ ରଜନୀ ସେନାପତିଙ୍କ ପୁଅ ଅଟନ୍ତି।ସେ ଓଏଏସ ପରୀକ୍ଷାରେ ଉତିର୍ଣ୍ଣ ହୋଇଥିବାରୁ ଉକ୍ତ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିବାବେଳେ କାର୍ତ୍ତିକ ଓ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣାପଡ଼ିଛି।

Leave A Reply

Your email address will not be published.