କାଶୀପୁର -କାଶୀପୁର ଥାନା ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୈତ୍ରୀ କମ୍ପାନି ଗୋ ବ୍ୟାକ୍, ବେଦାନ୍ତ କମ୍ପାନି ଗୋ ବ୍ୟାକ୍ ନାରାରେ ଥାନା ପ୍ରକମ୍ପିତ ହୋଇ ଉଠିଥିଲା। ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ର ୬ଟି ପଞ୍ଚାୟତର ୪୦ ଖଣ୍ଡ ଗ୍ରାମର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ କାଶୀପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୁଙ୍ଗେର ଅଞ୍ଚଳର ତିନୋଟି ଗ୍ରାମରେ ପୁଣି ଏକ ଖଣି କାମ ଆରମ୍ଭ ହେବା କୁ ନେଇ ମୈତ୍ରୀ କମ୍ପାନି ପକ୍ଷରୁ ଜୋରସୋର ଉଦ୍ୟମ କରାଯାଇଥିବାକୁ ନେଇ ବିରୋଧ କରାଯାଇ ବୋଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା।ଓ ମୈତ୍ରୀ କମ୍ପାନିର କାର୍ଯ୍ୟରତ ଟିକିରି ଅଞ୍ଚଳର ଜଣାଶୁଣା ପୃଷ୍ଟି ଦୁରିଆ ନାମରେ ମଧ୍ୟ ଶୁଙ୍ଗେଏର ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିବା ନେଇ ଜୁଲାଇ ୨ ତାରିଖ ଦିନ ଅଞ୍ଚଳବାସୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଅଞ୍ଚଳବାସୀ ରାୟଗଡା ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ମୈତ୍ରୀ କମ୍ପାନିର ପୃଷ୍ଟି ଦୁରିଆ ପୁନର୍ବାର ଶୁଙ୍ଗେର ଅଞ୍ଚଳକୁ ଯାଇ ଲୋକ ମାନଙ୍କୁ ନେଇ କିଛି ଦିନ ତଳେ ରେଙ୍ଗା ଠାରେ ଏକ ବୈଠକ କରିଥିଲେ।ଅଞ୍ଚଳବାସୀଙ୍କୁ ଭତ୍ତା ଦେବା ନାମରେ ବିଶୃଙ୍ଖଳା ସୂଷ୍ଟି କରୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ପୁଣି ଦୁଇଦିନ ତଳେ ମୈତ୍ରୀର କର୍ମଚାରୀ ପୃଷ୍ଟି ଦୁରିଆ ଶୁଙ୍ଗେର ଅଞ୍ଚଳରେ ଭତ୍ତା ପ୍ରଦାନ ନାମରେ ଯାଇଥିବାବେଳେ ଅଞ୍ଚଳବାସୀ ଭାଇଚାରା ନଷ୍ଟ କରୁଥିବା ନେଇ ଯୁକ୍ତି ତର୍କ କରିଥିବାବେଳେ ପୃଷ୍ଟି ଦୁରିଆଙ୍କ ନାମରେ କାଶୀପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ତା ସତେ ବି ଆଜି 40ଖଣ୍ଡ ଗ୍ରାମବାସୀ କାଶୀପୁର ଥାନା କୁ ଯିବା ସମୟରେ ସିଆଡ଼ିମାଲ ଗ୍ରାମ ନିକଟରେ ଯାନ ନିରପକ୍ଷ ଙ୍କ ସହ ମିଶି ଅଭିଯୋଗ ନ କରିବା ନିମନ୍ତେ କୋଡା ଚେକକିଙ୍ଗ କରାଯାଇଥିଲା, ତା ସତେ ବି 20କିଲୋମିଟର ଚାଲି ଚାଲି କାଶୀପୁର ଥାନା କୁ ପହଞ୍ଚିଥଲେ ମହିଳାମାନେ , ପୁଷ୍ଟି ଦୁରିଆ ଶୁଙ୍ଗେର ଅଞ୍ଚଳରେ ଘରକୁ ଘର ଭୁଲି ଭୁଲି ଭର୍ତ୍ତା କୋରାଇବି ବୋଲି ଆଧାର କାର୍ଡ ଆଉ ପାସବୂକ ମାଗି ନେଉଥିଲେ ସେ ସବୁ ବନ୍ଦ କରାଯାଉ ନଲେ , ଆଗକୁ କଣ ଅସୁବିଧା ହେଲେ ଏଥିପାଇଁ ପୁଷ୍ଟି ଦୁରିଆ ଦାଇ ରହିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି
Sign in
Sign in
Recover your password.
A password will be e-mailed to you.
Next Post