ଭୁବନେଶ୍ବର, ୩୦.୦୭.୨୩ -ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ ‘ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ. ଟ୍ରେନିଂ ଅଫିସର ମାନଙ୍କୁ ଉଦବୋଧନ ଦେଇ ଶ୍ରମର ମହତ୍ଵ ଉପରେ ଗୁରୁତ୍ବାରୋପ କରିଥିଲେ । ନବନିଯୁକ୍ତ ଅଧିକାରୀ ମାନେ ବିଦ୍ୟାଳୟର ଶିକ୍ଷକ ମାନେ କିଭଳି ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ରଖିବେ ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦେଇଥିଲେ ।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅନୁପମ ସାହା ନୂତନ ଟ୍ରେନିଂ ଅଫିସର ମାନଙ୍କୁ ସ୍ବାଗତ ଭାଷଣ ଦେଇ ଶ୍ରମଦାନ ଏକ ମହତ୍ଵ କାର୍ଯ୍ୟ ବୋଲି ଟ୍ରେନିଂ ଅଫିସର ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏଠାରେ ପ୍ରକାଶ ଥାଉ କି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ଭୁବନେଶ୍ବର ସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡ଼େମୀ ମ୍ୟାନେଜମେଣ୍ଟ ଠାରେ ତାଲିମ ପ୍ରଦାନ କରାଯାଉଅଛି । ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଶ୍ରମଦାନ ଓ ପାହାଡ ଚଢା ଏକ ଅଂଶ ବିଶେଷ ଅଟେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମହାନଗର ନିଗମର ଏକ ନମ୍ବର ୱାଡର କର୍ପୋରେଟର ଶ୍ରୀ ମିହିର କୁମାର ରାଉତ ଯୋଗଦାନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଟ୍ରେନିଂ ଅଫିସର ମାନଙ୍କ ଦ୍ବାରା ମନ୍ଦିର ପାଦ ଦେଶରେ ଏକ ସ୍ବତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରିଶେଷରେ ଓସେପାର ଯୁଗ୍ମ ନିର୍ଦେଶକ ଶ୍ରୀ ସରୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୮୦ ଜଣ ନବନିଯୁକ୍ତ ଶିକ୍ଷା ଅଧିକାରୀଙ୍କ ସମେତ ୧୭୦ରୁ ଉର୍ଦ୍ଧ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.