ରୁଟି ରେ ଜଗନ୍ନାଥ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଭକ୍ତଙ୍କ ଆରତ ଓ ଭକ୍ତିରେ ନାଟ ନଗର କାଳିଆ ଠାକୁର ଦର୍ଶନ ପାଇଁ ଆବିର୍ଭାବ ପ୍ରସଙ୍ଗ ନୂଆ ନୂହେଁ। ଭକ୍ତିରେ ଯାହାଙ୍କୁ ଦିଆଯାଉଥିବା ଖୁଦ ବି ମହାପ୍ରସାଦ ହୋଇଯାଏ। ସେ ନଟୀଆ ଠାକୁର ଙ୍କ ଭକ୍ତଙ୍କୁ ସବୁ ସ୍ଥାନରେ ଦେଖା ଦିଅନ୍ତି ମହାପ୍ରଭୁ ଜଗନ୍ନାଥ। ସେହିପରି ଆଜି ମଧ୍ଯ ପଦ୍ମପୁର ଶାନ୍ତିନଗର ବସି ହରି ଚନ୍ଦନ ସାହୁ ଏବଂ ଲୋପାମୁଦ୍ରା ସାହୁ ଙ୍କ ଘରେ ରୁଟି ରେ ଆବିର୍ଭାବ ହୋଇଛନ୍ତି ମହାପ୍ରଭୁ। ତେବେ ନୀତି ଭଲି ଘରେ ରୁଟି କରୁଥିବା ବେଳେ ହଠାତ୍ ରୁଟି ରେ ଚିତ୍ର ଆଙ୍କି ହେଲା ଭଲି ଜଗନ୍ନାଥ ଙ୍କ ଚିତ୍ର ଦେଖି ସମସ୍ତ ଙ୍କୁ ଦେଖାଇଥିଲେ ହରି ଚନ୍ଦନ ସାହୁ ଏବଂ ଲୋପାମୁଦ୍ରା ସାହୁ ଙ୍କ ପୁତ୍ର ଅନ୍ୱେଷ। ତେବେ ଭକ୍ତଙ୍କ ମନରେ ପ୍ରଭୁ ସବୁ ବେଳେ ବାସ କରୁଥିବା ବେଳେ ସବୁସ୍ଥାନରେ ମଧ୍ଯ ମହାପ୍ରଭୁ ଙ୍କୁ ଦର୍ଶନ ଭକ୍ତି ଓ ଶ୍ରଦ୍ଧାର ଏକ ଅପୂର୍ବ ସଂଯୋଗ।

Leave A Reply

Your email address will not be published.