ଭୁବନେଶ୍ୱର,୨୫/୦୭/୨୦୨୩: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆର.ଆଇ.ଇ ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଆର.ଆଇ.ଇ ଭୁବନେଶ୍ୱର ଠାରେ ଉଦ୍ଘାଟିତ ହୋଇଯାଇଛିା
ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀମାନଙ୍କ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଉପରେ ଧ୍ୟାନ ଦେବା ପାଇଁ ତଥା ଅବଦମିତ ଇଚ୍ଛାଶକ୍ତି ବଳରେ ଆଗେଇ ଯିବା ପାଇଁ ପରାମର୍ଶ ଦେଇଥିଲୋ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଶିକ୍ଷକମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ସେ କହିଥିଲୋ
ଆର.ଆଇ.ଇ ର ଅଧକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରଓ୍ୱାଲ ଆତ୍ମସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଆଦର୍ଶ ରୋଲ ମଡେ଼ଲ ହେବା ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲୋ
ଆର.ଆଇ.ଇ ର ପ୍ରଫେସର ଏଲିଜାବେଥ ଗମାଇଙ୍ଗ କାର୍ଯ୍ୟକ୍ରମ ସଂଯୋଜିକା ହିସାବରେ ନବନିଯୁକ୍ତ ପିଜିଟିମାନଙ୍କୁ ଶୁଭେଛା ଜଣାଇବା ସହ ନିଜର କର୍ତ୍ତବ୍ୟ ନିଷ୍ଠାପର ଭାବରେ ପାଳନ କରିବା ପାଇଁ କହିଥିଲୋ
ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର. ଆୟାର ସମସ୍ତ ଅତିଥି ଓ ଅଂଶ୍ରଗହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ତାଲିମ୍ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲୋ ପ୍ରଶିକ୍ଷାର୍ଥୀମାନଙ୍କୁ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ସେ ଆହ୍ୱାନ ଦେଇଥିଲୋ
ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ତଥା କାର୍ଯାଳୟର କାର୍ଯ୍ୟାବଳୀ ତଥା ଓଡ଼ିଶା ଲିଭ୍ ରୁଲ୍ ବିଷୟରେ ଧାରଣା ପ୍ରଦାନ କରିଥିଲୋ
ଆର.ଆଇ.ଇ ର ପ୍ରଫେସର ଶ୍ରୀ ରମାକାନ୍ତ ମହାଲିକ ଆଇ.ସି.ଟି ମାଧ୍ୟମରେ ଶିକ୍ଷାଦାନ ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରିଥିଲୋ
ଦିଲ୍ଲୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଉଦୟନାଥ ଦାସ ଶିକ୍ଷକମାନଙ୍କର ସମାଧାନକାରୀ ଭୂମିକା ସମ୍ବନ୍ଧରେ ସାରଗର୍ଭକ ଆଲେଚନା କରିଥିଲୋ ଚିରାଚରିତ ଶ୍ରେଣୀ ଶିକ୍ଷାଦାନ ସହ ଜୀବନକୌଶଳ ଉପରେ ସେ ଗୁରୁତ୍ୱାରୋପ କରିଥିଲୋ
ଏନ୍.ସି.ଇ.ଆର୍.ଟି.ଇ ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଆର.ଆଇ.ଇ ର ପ୍ରଫେସର ହୃଷିକେଶ ସେନାପତି ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଲୋକପାତ କରିଥିଲୋ
ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀ ପିଜିଟି ପ୍ରାଣୀବିଜ୍ଞାନ ଶ୍ରୀ ଶିବପ୍ରସାଦ ମିଶ୍ରଙ୍କ ସାବଲୀଳ ବେଦପାଠ ଓ ପିଜିଟି ଓଡ଼ିଆ ଶ୍ରୀ ପିତାମ୍ବର ବେହେରାଙ୍କ ଜଗନ୍ନାଥ ଜଣାଣ ଗାନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲାା ଯୁଗୁ ନିର୍ଦେଶକ ଡ. ସନାତନ ପଣ୍ଡା ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିବାବେଳେ ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ସୁନନ୍ଦା ମେକାପ ଧନ୍ୟବାଦ ଅର୍ପଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.