ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ

0

 https://youtu.be/Aqxwh0m3tso

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ସହର ର ଦଶହରାପଦାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ପାଠଚକ୍ର ତଥା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମୂହର ବାର୍ଷିକ ସମ୍ମିଳନୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠକ ଶ୍ରୀ ଗଦାଧର ମିଶ୍ର, ନବ ଜୀବନ ଶିକ୍ଷା ସଂସଦର ସମ୍ପାଦକ ଶ୍ରୀ ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ବକ୍ତା ଶ୍ରୀ କପିଳାସ ପ୍ରସାଦ ଦାଶ, ସମର୍ପଣ ମଣ୍ଡଳ ସଂଯୋଜକ ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ବିଭିନ୍ନ ତାତ୍ତ୍ୱିକ ତଥା ସାଙ୍ଗଠନିକ ବିଷୟରେ ଦିଗଦର୍ଶନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଆବାହିକା ସଙ୍ଗୀତା ପଟ୍ଟନାୟକ ଗତ କାର୍ଯ୍ୟ ବର୍ଷର ସାଙ୍ଗଠନିକ ବିବରଣୀ ପଠନ କରିଥିଲେ । ଜିଲ୍ଲାର 10 ଗୋଟି ବ୍ଲକର ଆବାହକ ତଥା ଜିଲ୍ଲା ଦଶକର୍ମଧାରା ର ଆବାହକ ମାନେ ସେମାନଙ୍କର କାର୍ଯ୍ୟ ବିବରଣୀ ଉପସ୍ଥାପନା କରିଥିଲେ । ଶ୍ରୀଅରବିନ୍ଦଙ୍କ ଦିବ୍ୟ ଦୃଷ୍ଟିରେ ଭବିଷ୍ୟତ ପୃଥିବୀ ଲାଗି ପ୍ରସ୍ତୁତ ହେବା ପାଇଁ ପାଠଚକ୍ର ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରସାର ଦିଗରେ ସଂଗଠିତ ହୋଇ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା ଲାଗି ଆଲୋଚନା ହୋଇଥିଲା । ପ୍ରଲ୍ଲୀଭା ଭୂୟାଁ କୃତଜ୍ଞତା ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଜାତା ମିଶ୍ର ‘ଦୁର୍ଗା ସ୍ତୋତ୍ର “, ସବିତା ପଟ୍ଟନାୟକ “ଧ୍ୟାନ ଓ ପ୍ରାର୍ଥନା “ଏବଂ ସ୍ଵର୍ଣ୍ଣଲତା ମହାକୁଡ଼ “ମା ‘ପୁସ୍ତିକାର ତୃତୀୟ ଅଧ୍ୟାୟ ପଠନ କରିଥିଲେ । ସୁରେଶ ମିଶ୍ର ମାତୃ ବନ୍ଦନା ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଗାହାଣ, ଅଭିମନ୍ୟୁ ଦାଶ, ରମାକାନ୍ତ ଜେନା, ଦେବେନ୍ଦ୍ର ନାୟକ, ବିନାୟକ ଶତପଥି, ଗାୟତ୍ରୀ ପାଣିଗ୍ରାହୀ, ବାସନ୍ତି ମହାନ୍ତି, କେଶରୀ ସେନାପତି, ପ୍ରଭାକର ପାତ୍ର, ନିତ୍ୟାନନ୍ଦ ମହାନ୍ତି, ଡ଼ି. ପାର୍ବତୀ, ଜୟନ୍ତୀ ପ୍ରଧାନଙ୍କ ସମେତ ଜିଲ୍ଲାର ଦଶ ଗୋଟି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ, ଶିକ୍ଷକ ଏବଂ ପରିଚାଳନା କର୍ମକର୍ତ୍ତା ତଥା ବିଭିନ୍ନ ପାଠଚକ୍ର କେନ୍ଦ୍ରରୁ ମାତୃପ୍ରେମୀ ତଥା କର୍ମୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଟୁକୁନା ପାଣିଗ୍ରାହୀ, ଚନ୍ଦନ ଭୂମିଆ, ଉମା ମହେଶ୍ୱର ପଟ୍ଟନାୟକ, ନମିତା ବିଶ୍ୱାଳ,ଅଭିମନ୍ୟୁ ବେହେରା ,ପଦ୍ମଲତା ବିଶୋଇ, ଦେବକୀ ଯାନୀ, ରଞ୍ଜନ ମହାପାତ୍ର, ଶ୍ୟାମ ସୁନ୍ଦର ନିଙ୍ଗୀ, ଶ୍ରୀଧର ସତପଥୀ, ସୁଜାତା ପଟ୍ଟନାୟକ, ଉତ୍କଳିକା ବେହେରା, ଆରତୀ ସୁଆର, ଲିନା ପଟନାୟକ, ରିତାଞ୍ଜଳୀ ଗୌଡ଼, ଶ୍ରୀନିବାସ ପଟ୍ଟନାୟକ, ରିତାଞ୍ଜଳୀ ବେହେରା, ନିର୍ମଳ ନାୟକ, ଅନିଲ ସାମନ୍ତରାୟ, ହିମାଂଶୁ ଗୌଡ଼, ସବିତା ପଟ୍ଟନାୟକ, ସଙ୍ଗୀ ମିଶ୍ର, ଦୁର୍ଗୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ରାଜ୍ୟ ଟ୍ରଷ୍ଟ ତରଫରୁ ସରୋଜ ପଟନାୟକ, ସୁରେନ୍ଦ୍ରନାଥ ଦାଶ, ରସରାଜ ଓ ଅନ୍ୟମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ଥିଲେ ।ଶ୍ରୀ ସୁଧୀରାଜ ରାଉତ ପର୍ଯ୍ୟାୟ କାର୍ଯ୍ୟକ୍ରମ ଗୁଡିକରେ ସହଯୋଗ କରିଥିଲେ।

Leave A Reply

Your email address will not be published.