ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର କଲେ ସମ୍ପାଦକ

0

ଝାରବନ୍ଧ -ମନୋହର ଦାଶ: ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷ ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା 15 ଜୁଲାଇ ଠାରୁ ଆରମ୍ଭ ହୋଇଛି l ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଲଉଡ଼ିଦରହା ସେବା ସମବାୟ ସମିତି ଅଧୀନ ରେ ଥିବା ବିଭିନ୍ନ ଗ୍ରାମ ମାନଙ୍କୁ ଯାଇ ସମ୍ପାଦକ ରାଧେଶ୍ୟାମ ଖର୍ଷେଲ ଚାଷୀମାନଙ୍କୁ ସୂଚନା ଦେଇଛନ୍ତି l ସେବା ସମବାୟ ସମିତି ର ମୋଟ ଚାରିଟି ପଞ୍ଚାୟତ ର ଚାଷୀ ଙ୍କ ପଞ୍ଜିକରଣ ପାଇଁ ସଚେତନତା କରାଯିବ ଏହା ବିଭାଗ ର ୱେବ ସାଇଟ www.foododisha.in ରେ ମଧ୍ୟ୍ୟ ଉପଲବ୍ଧ ବୋଲି ଶ୍ରୀ ଖର୍ଷେଲ କହିଛନ୍ତି ତେଣୁ କରି ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀ ମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ ବ୍ୟାଙ୍କ ପାସବୁକ ର ପ୍ରଥମ ପୃଷ୍ଠା, ଚାଷ ଜମି ର ପ୍ରମାଣ ପତ୍ର, ଆଧାର କାର୍ଡ, ମୋବାଇଲ ନମ୍ବର, ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକ ଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ l ଯେଉଁ ଚାଷୀ ମାନେ ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ନ୍ନାମ ପଞ୍ଜିକରଣ କରିନାହାନ୍ତି l ସେମାନେ ଆସନ୍ତା ଅଗଷ୍ଟ ମାସ ଷୋହଳ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ l ଏହି ସଚେତନତା କରିବାରେ ସମବାୟ ସମିତି ର କମ୍ପ୍ୟୁଟର ଅପରେଟର ଗୋବରଧନ ସାହୁ (ନବୀନ), ଅଶ୍ବିନୀ ଦାଶ, ଦେବରାଜ ସାହୁ, ଝଶକେତନ ସାହୁ, ଭୂପେନ ପଟେଲ, ସମବାୟ ସମିତି ର ପ୍ରମୁଖ ସହଯୋଗ କରୁଛନ୍ତି l

Leave A Reply

Your email address will not be published.