ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଭିଏସସି ୪ ଓ ୫ ପକ୍ଷରୁ ୱାର୍ଡ ନଂ ୧୩ , ୧୪ , ୧୫ ରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଶୋଭାଯାତ୍ରା ଓ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଭିଏସସି ୪ ଓ ୫ ଦାୟିତ୍ୱରେ ଥିବା ଏ ଏନ୍ ଏମ୍ ତଥା ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଭି. ଲକ୍ଷ୍ମୀ କୁମାରୀ ପଟ୍ଟନାୟକ ଏବଂ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ଶୋଭାଯାତ୍ରାରେ ଭିଏସସି ର ସମସ୍ତ ଅଙ୍ଗନବାଡ଼ି ଓ ଆଶାକର୍ମୀ ମାନଙ୍କ ସମେତ ଅଞ୍ଚଳର ମହିଳା ମାନେ ମଧ୍ୟ ସାମିଲ ଥିଲେ।
ଏମାନେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ମାଇକ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ।
ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ , କଣ ପାଇ ହୋଇଥାଏ , ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଏବଂ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇ ଥିଲେ।
ଏହି ଅବସରରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା ଟାୟାର ଓ କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠି କି ଦୀର୍ଘ ଦିନଧରି ପାଣି ଜମି ରହି ମଶାର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅଞ୍ଚଳର ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ମୁଖ୍ୟତଃ ଡେଙ୍ଗୁ ଓ ମ୍ୟାଲେରିଆ କଣ , ଏହା କିପରି ବ୍ୟାପିଥାଏ ଏବଂ ଏହାର କାରଣ , ଲକ୍ଷଣ ଓ ପ୍ରତିକାର ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.