ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି। ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ। ଜିଲ୍ଲାର ୪୩ ଗୋଟି ସମବାୟ କେନ୍ଦ୍ର ଓ ୨ ଲ୍ୟାମ୍ପରେ ମୋଟ ୪୫ ଗୋଟି କେନ୍ଦ୍ରରେ ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ସଚେତନତା କରାଯିବ। ଏହା ବିଭାଗର ୱେବସାଇଟ www.foododisha.in ରେ ମଧ୍ୟ ଉପଲବ୍ଧ ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ। ବ୍ୟାଙ୍କ ପାସ୍ ବୁକର ପ୍ରଥମ ପୃଷ୍ଠା , ଚାଷ ଜମିର ପ୍ରମାଣ ପତ୍ର , ଆଧାର କାର୍ଡ , ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକରଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ।
ଯେଉଁ ଚାଷୀମାନେ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ। ଏହି ପ୍ରଚାର ରଥ ଶୁଭାରମ୍ଭ କରିବା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ସହକାରୀ ଯୋଗାଣ ଅଧିକାରୀ ସ୍ନେହାସିନୀ ବେହେରା , ଗୋଷାଣୀ ଯୋଗାଣ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ବେହେରା , ଏମଆଇ କାଶୀନଗର ଶ୍ରୀ ଶୁଭେନ୍ଦୁ ପାଣିଗ୍ରାହୀ ଓ ସମବାୟ କେନ୍ଦ୍ର ବିଭାଗୀୟ ଓ ଆରଏମସି ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.