ଓଆଇସିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପରେଶ ନାୟକଙ୍କ ୬୫ତମ ଜୟନ୍ତୀ ଓ ସ୍ମୃତି ସମ୍ମାନ ସମ୍ବର୍ଦ୍ଧନା ସମାରୋହ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) – ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର (ଓଆଇସି), ଭୁବନେଶ୍ୱର ଏହାର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପରେଶ ନାଥ ନାୟକଙ୍କ ୬୫ତମ ଜନ୍ମ ଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ପାଳିତ ହେଉଛି । ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର (ଓଆଇସି), ଭୁବନେଶ୍ୱର ର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ଟ୍ରଷ୍ଟି ଶ୍ରୀଯୁକ୍ତ ଭାବଗ୍ରାହୀ ଶାନ୍ତିଙ୍କ ପୌରୋହିତ୍ୟରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଭାପତିତ୍ୱ କରିଥିଲେ ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ତଥା ଓଡ଼ିଶା ଇ ଇଣ୍ଟରନାସନାଲର ମୁଖ୍ୟ ଉପଦେଷ୍ଟା ଡ଼କ୍ଟର ପ୍ରଫେସର ଅଶୋକ କୁମାର ମହାପାତ୍ର ।
ସକାଳେ ଓଆଇସିର ସମସ୍ତ ସଦସ୍ୟ ଓ ସଦସ୍ୟା ତଥା କର୍ମକର୍ତ୍ତମାନେ ସ୍ଥାନୀୟ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିର, ନୟାପଲ୍ଲୀଠାରେ ସ୍ୱର୍ଗତ ପରେଶ ନାଥ ନାୟକଙ୍କ ସ୍ମୃତିରେ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସମାରୋହ ସହିତ ଜୟନ୍ତୀ ସଭା ତଥା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମାନ୍ୟବର ବିଧାୟକ, ଭୁବନେଶ୍ୱର ମଧ୍ୟ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ପୂର୍ବ ଲୋକସଭା ସଦସ୍ୟ ଭୁବନେଶ୍ୱର, ମୁଖ୍ୟବକ୍ତା, ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା ବିଶିଷ୍ଟ କବି, ରାଜନେତା ଓ ସମାଜସେବୀ, ସମ୍ମାନିତ ଅତିଥି, ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ ବିଶିଷ୍ଟ ସମାଜ ସେବୀ ତଥା ପୁରୀର ଯୁବ ସଂଗଠକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ସ୍ୱର୍ଗତ ପରେଶ ନାଥ ନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଶ୍ରୀମତୀ ଅରୁନ୍ଧତୀ ଦେବୀ ଓ ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ ।
ଏହି ଉତ୍ସବରେ ଅନୁଷ୍ଠାନର ମୁଖ୍ୟ ପରିଚାଳନା ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି, ଟ୍ରଷ୍ଟି କୁମୁଦିନୀ ପଣ୍ଡା ତଥା ଚନ୍ଦ୍ରଶେଖର ସିଙ୍ଗୋଟି, ସଭାପତି ରତିକାନ୍ତ ପାଢ଼ୀ, ଉପସଭାପତି ସୁମିତ୍ରା ପଣ୍ଡା ତଥା ଇନ୍ଦିରା ମିଶ୍ର, ସାଧାରଣ ସମ୍ପାଦକ ତଥା ଟ୍ରଷ୍ଟି ଉଦୟ କୁମାର ଶାନ୍ତି, ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଯୁଗ୍ମ- ସମ୍ପାଦକ ଉମାଶଙ୍କର ପଟ୍ଟନାୟକ, ପ୍ରଦ୍ୟୁମ୍ନ ମହାନ୍ତି, ବନଜ୍ୟୋତ୍ସ୍ନା ପାଢ଼ୀ, ପ୍ରତାପ ଚନ୍ଦ୍ର ମିଶ୍ର, ସତ୍ୟସୁନ୍ଦର ପଣ୍ଡା, ସୁମନ ଦାଶ, ଅରୁନ୍ଧତୀ ତେଜ୍, ଅକ୍ଷୟ କୁମାର ସାହୁ, ବୁଟ ବକ୍ସି, ବାସୁଦେବ ନାଥ, ସତ୍ୟସୁନ୍ଦର ନାୟକ, ବିଷ୍ଣୁମୋହନ ନାଥ, ବରିଷ୍ଠ କର୍ମକର୍ତ୍ତା ଧନେଶ୍ୱର ସାହୁ, ବରିଷ୍ଠ ସଦସ୍ୟ ରମାକାନ୍ତ ମହାନ୍ତି, ସଭ୍ୟ ପ୍ରମୋଦ କୁମାର ବିଶ୍ୱାଳ, ବନଜା ବେହେରା, ଦୀନବନ୍ଧୁ ନାୟକ, ଲଲାଟେନ୍ଦୁ ମିଶ୍ର, କମଳ କୁମାର ଦାଶ, ରାକେଶ କୁମାର ପ୍ରଧାନ, ରୀନା ପଣ୍ଡିତ, ଦିଲ୍ଲୀପ କୁମାର ପାତ୍ର, ଅପର୍ଣ୍ଣା ଦେବୀ, ନିହାରିକା ସାହୁ, ଭାରତୀ ଶାନ୍ତି, ବନ୍ଦନା ବେହେରା, ସୁମିତ୍ରା ଦାସ, ଶିଶିର ରଥ, ଗୀତାଞ୍ଜଳୀ ରଥ, ପ୍ରଶାନ୍ତ ବିଦ୍ୟାଧର, ସୁମିତ୍ରା ଦାସ, ବର୍ଷାରାଣୀ ଧଳ, ଇପ୍ସିତା ପ୍ରିୟଦର୍ଶିନୀ, ସୁଷମା ଦାଶ, ବାସନ୍ତି ତ୍ରିପାଠୀ, ପ୍ରମିଳା ସିଂହ, ଲିଜା ସାହି, ଖିରୋଦ ଛାଟୋଇ, ବର୍ଷାରାଣୀ ଧଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Leave A Reply

Your email address will not be published.