ରାଉରକେଲା, (ବସନ୍ତ କୁମାର ଜେନା): ଓଡିଶା ସାହିତ୍ୟ ଏକାଡ଼େମୀର ସଚିବ ତଥା ଓଡିଶା ସରକାରଙ୍କ ଓପାକ(ପ୍ରଯୁକ୍ତି ବିଦ୍ୟା)ର ନିର୍ଦ୍ଦେଶକ ପ୍ରବୋଧ କୁମାର ରାଉତଙ୍କ କଟକ ଠାରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଓଡିଶାର ସର୍ବତ୍ର ଦୁଃଖର ଶାୟା ଖେଳିଯାଇଛି । ଏହି ପରିପେକ୍ଷୀରେ ରାଉରକେଲା ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ତଥା କବି ରାଜୀବ ପାଣି ଙ୍କ ଆବାହକତ୍ବରେ ଛେଣ୍ଡ ମଧୁସୂଦନ ପାଠାଗାର ଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ରାଉରକେଲା ସହରର ବିଭିନ୍ନ ସାହିତ୍ୟନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇ ସ୍ବର୍ଗତ ରାଉତଙ୍କ କର୍ମମୟ ଜୀବନର ସ୍ମୃତିଚାରଣ ସହ ଓଡିଶା ଜଣେ ଭଷା ସାହିତ୍ୟ ଯୋଦ୍ଧା ତଥା କବି, ଜଣେ ଟାଣୁଆ ସଂଗଠକଙ୍କୁ ହରାଇଲା ବୋଲି ମତରଖିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହରର ବରିଷ୍ଠ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ ଶ୍ରୀ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନ ଯଥା ସ୍ବସ୍ତି ସାହିତ୍ୟ ସଂସଦ, ବାସନ୍ତୀ ପାଠାଗାର, ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ଗୋପବନ୍ଧୁ ପାଠାଗାର, ମଧୁସୂଦନ ପାଠାଗାର, ବେଦବ୍ୟାସ ପୀଠ ବିକାଶ ମଂଚ,ସୁନ୍ଦରଗଡ ଲେଖକ ସାମୁଖ୍ୟ, ଇସ୍ପାତ ସାହିତ୍ୟ ସଂସଦ, ଓଡିଆ ଭାଷା ବିକାଶ ମଞ୍ଚ, ଆଦର୍ଶ ପାଠାଗାର, କଲଚରାଲ ଏକାଡ଼େମୀ,ଏକତ୍ର,ପ୍ରଗତି ଉତ୍କଳ ସଂଘ,ଗୀତିକବି ସମାଜ,ସଂଗୀତ ଶିଳ୍ପୀ ସମାଜ,ସୁନାଫୁଲ ସାହିତ୍ୟ ସଂସଦ, ଛେଣ୍ଡ ୱେଲଫେୟାର କମିଟି, ଧାମରା ସଂଘ, ସଂପର୍କ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପ୍ରଭୃତି ଅନୁଷ୍ଠାନର ସର୍ବଶ୍ରୀ ଶର୍ମିଷ୍ଠା କବିଶତପଥୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ରାଜକୁମାର ମହାନ୍ତି, ଲକ୍ଷ୍ମଣ ନାଥ ଦାସ, ବିଜୟ କୁମାର ବରାଳ, ସୁନିଲ୍ ମହାନ୍ତି, ନୃସିଂହ ଚରଣ ବିଶ୍ବାଳ, କିଶୋରୀ ମୋହନ କର, ବିଭୁତି ଭୂଷଣ ଦାସ,କୁଞ୍ଜବିହାରୀ ରାଉତ, ବବିତା ମହାଳିକ, ନୃସିଂହ ଚରଣ ମହାନ୍ତି, ବିଜୟିନୀ ଜେନା, ସଂଜୀବ କୁମାର ଭୋଇ, ଅଙ୍ଗୁରବାଳା ପରିଡା, ଅଶୋକ କୁମାର ପଟ୍ଟନାୟକ,କାଶୀନାଥ ନନ୍ଦୀ, ଭଗବାନ ପରିଡା ପ୍ରମୁଖ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ସର୍ବଶ୍ରୀ ଗୌତମ ଦାସ,ରାଖାଲ ମହାନ୍ତି, ପ୍ରଫୁଲ୍ଲ ସାମଲ,ଭଜେନ୍ଦ୍ର ଦାସ, ସୂର୍ଯ୍ୟନାରାୟଣ ପଣ୍ଡା, ସୁବାସ ରାଉତ, ସ୍ବାଗତିକା ପାଣିଗ୍ରାହୀ, ସତ୍ୟମ ପାଣି, ସ୍ବରାଜ କୁମାର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବାସହ ସ୍ବର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଡା ସୁଶାନ୍ତ ପାଣି ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.