ଭୁବନେଶ୍ୱର ୧୮ ।୭: ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସ୍କୁ ସମ୍ମାନଜନକ ଇଣ୍ଟରନ୍ୟାସ୍ନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବର୍ଗରେ ମିଳିଥିବା ପୁରସ୍କାର ନିମନ୍ତେ କିସ୍ ଭାରତର ଏକମାତ୍ର ଏନ୍ଜିଓ ଭାବେ ମନୋନୀତ ହୋଇଛି । ଉଦୟ ପ୍ରକଳ୍ପ ପାଇଁ ୨୫ଟି ଦେଶରୁ ୯୩ଟି ଅନୁଷ୍ଠାନ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଭାରତରୁ କିସ୍ ଏକମାତ୍ର ହୋଇଥିବା ବେଳେ ଅନ୍ୟାନ୍ୟ ଦେଶରୁ ୧୨ଟି ଅନୁଷ୍ଠାନ ପୁରସ୍କାର ପାଇଛନ୍ତି ।
ସୂଚନାଯୋଗ୍ୟ, ଜନଜାତି ଯୁବଗୋଷ୍ଠୀ ଙ୍କୁ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ କରାଇ ସେମାନଙ୍କୁ ଚେଞ୍ଜ ଏଜେଣ୍ଟରେ ପରିଣତ କରାଇବା ସହ ସେମାନଙ୍କୁ ସଶକ୍ତ କରାଇବା ଉଦେ୍ଧଶ୍ୟରେ ୨୦୧୮ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଉଦୟ ପ୍ରକଳ୍ପ କାର୍ଯ୍ୟ କରୁଥିଲା । ଏପରିକି କୋଭିଡ୍ ସମୟରେ ମଧ୍ୟ ଏହି ପ୍ରକଳ୍ପ ଜନଜାତି ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଇବାରେ ସମର୍ଥ ହୋଇପାରିଥିଲା ।
ଜାତିସଂଘର ପରିବେଶ କାର୍ଯ୍ୟକ୍ରମ, ରାଜ୍ୟଗୋଷ୍ଠୀ ବିଶ୍ୱବିଦ୍ୟାଳୟ ସଂଘ (ଏସିୟୁ), ଏୟୁଏଫ୍, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ (ଆଇଏୟୁ) ଏବଂ ଉଚ୍ଚଶିକ୍ଷା ସ୍ଥାୟୀ ପ୍ରୟାସ (ଏଚ୍ଇଏସ୍ଆଇ) ସହଯୋଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏକ ସ୍ଥାୟୀ ବିଶ୍ୱ ଗଠନ ପ୍ରୟାସକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଦୀର୍ଘ ଦିନ ଧରି କିସ୍ ଏହି କ୍ଷେତ୍ରରେ ପ୍ରଭାବୀ ଓ ସର୍ଜନାତ୍ମକ ଢ଼ଙ୍ଗରେ କାର୍ଯ୍ୟ କରିଆସୁଥିବାରୁ କିସ୍କୁ ଏହି ପୁରସ୍କାକ ପ୍ରଦାନ କରାଯାଉଛି ବୋଲି ପୁରସ୍କାର ଚୟନ କମିଟି ପକ୍ଷରୁ କୁହାଯାଇଛି । କିସ୍ ନିଜ ଲକ୍ଷ୍ୟ ପଥରେ ଯାତ୍ରା ସମୟରେ ପାଇଥିବା ସଫଳତା ଓ ଚ୍ୟାଲେଞ୍ଜଗୁଡ଼ିକୁ ସମାନ ଭାବେ ଗ୍ରହଣ କରି ଅନୁଷ୍ଠାନର ସାହସିକତା, ଆତ୍ମ ବିଶ୍ୱାସ ଓ ନମ୍ରତା ପ୍ରଦର୍ଶନ କରିଛି ବୋଲି ପୁରସ୍କାର ଚୟନ କମିଟି ପକ୍ଷରୁ କୁହାଯାଇଛି । ଏହି ସ୍ୱୀକୃତି ଜଳବାୟୁ ଓ ଜୈବ ବିବିଧତା ସମସ୍ୟାର ସମାଧାନ କ୍ଷେତ୍ରରେ ଉଚ୍ଚତର ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନର ମହତ୍ତ୍ୱ ଉପରେ ଗୁରତ୍ୱାରୋପ କରୁଛି ।
ଏହି ପୁରସ୍କାର ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କିସ୍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ସ୍ଥାୟୀ ବିଶ୍ୱ ଗଠନରେ କାର୍ଯ୍ୟ କରିବାକୁ ଏହି ପୁରସ୍କାର ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Next Post