ଜନଜାତିଙ୍କ ଭାଷା, ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି)ର ୪୪ତମ ପରିଚାଳନା ସଂସଦ ବୈଠକ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ଶ୍ରୀମତୀ ରୂପା ରୋଶନ ସାହୁ, ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ତଥା ଏଟିଏଲ୍ସିର ସଦସ୍ୟସଚିବ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ଜାତୀୟ ଅନୁସୂଚିତ ଜନଜାତି କମିଶନର ନିର୍ଦ୍ଦେଶକ ଡ. ଜୟନ୍ତ ଜନାର୍ଦ୍ଦନ ଶରଦ, ଜନଜାତି ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ତରାଇଙ୍କ ସମେତ ପରିଚାଳନା ସଂସଦର ସଭ୍ୟା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ସଭ୍ୟ ଶ୍ରୀ ମେଦିନୀଧର ଜାନୀ, ଶ୍ରୀ ଗୁଲାବ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟଙ୍କ ସମେତ ଏସ୍ସିଏସ୍ଟିଆର୍ଟିଆଇ ଓ ଏଟିଏଲ୍ସିର ବହୁ ପଦାଧିକାରୀ ଯୋଗଦାନ କରିଥିଲୋ
ଏହି ବୈଠକରେ ଏକାଡେମୀର ପୁନର୍ବିନ୍ୟାସ ସମେତ ୨୦୨୩-୨୪ ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଉପରେ ଚର୍ଚ୍ଚା କରାଯାଇ ବିଭିନ୍ନ ପ୍ରସ୍ତାବର ସୁପାରିଶ କରାଯାଇଥିଲାା ବୈଠକରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର କାର୍ଯ୍ୟକାରିତାକୁ ସୁଦୂରପ୍ରସାରୀ କରିବା ସହ ଜନଜାତିଙ୍କ ଭାଷା, ସଂସ୍କୃତି ସଂପର୍କିତ ଗବେଷଣା ଓ ପ୍ରୟୋଗକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲାା
ଏହି ବୈଠକରେ ଏକାଡେମୀର ଏକ ସ୍ଥାୟୀ କାର୍ଯ୍ୟାଳୟ ସହ ଗବେଷଣା, ପ୍ରଶିକ୍ଷଣ ତଥା ଭାଷା ଲାବରେଟୋରୀ ପ୍ରତିଷ୍ଠାର ଆବଶ୍ୟକତାକୁ ବିଚାରକୁ ନେଇ ଭୁବନେଶ୍ୱରରେ ଅନୁନ୍ୟ ୫ ଏକର ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ସୁପାରିଶ କରାଯାଇଛିା ଏହି ଜମିରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ଏକ ରାଜ୍ୟସ୍ତରୀୟ ଜନଜାତି କଳାବ୍ୟାଖାନ କେନ୍ଦ୍ର (ଷ୍ଟେଟ୍ ଅଫ୍ ଆର୍ଟ କମ୍ପ୍ଲେକ୍ସ) ପ୍ରତିଷ୍ଠା ହୋଇପାରିବା ଏଠାରେ ଜନଜାତି ଭାଷା, ସଂସ୍କୃତିର ଗବେଷଣା ସମେତ ବୈଷୟିକ ଜ୍ଞାନ ବ୍ୟବହାର ଦ୍ୱାରା ପ୍ରକାଶିତ ପ୍ରକାଶନଗୁଡ଼ିକର ଏକ ଡିଜିଟାଲ ଅଭିଲେଖାଗାର ପ୍ରତିଷ୍ଠା ହୋଇପାରିବା ଏହା ଜନଜାତିଙ୍କ ଜୀବନଶୈଳୀ, ସାହିତ୍ୟ, ସଂସ୍କୃତି ପ୍ରଚାର ଓ ପ୍ରସାର ସମେତ ଏକ ପ୍ରକାଶନ ସଂସ୍ଥା ରୂପେ ଉଭା ହେବା
ଜନଜାତି ସଂସ୍କୃତିର ବ୍ୟାଖାନ ସମୂହକୁ ପ୍ରଦର୍ଶିତ କରିବା ପାଇଁ ବିଭାଗ ଅଧିନସ୍ଥ ୧୦୦ ଗୋଟି ବିଦ୍ୟାଳୟରେ ସଂଗ୍ରହାଳୟ ସ୍ଥାପନା ପାଇଁ ଆର୍ଥିକ ଅନୁଦାନ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛିା ଏକାଡେମୀର ପୁନର୍ବିନ୍ୟାସ ମାଧ୍ୟମରେ ଜନଜାତି ଭାଷା, ସଂସ୍କୃତି, ସାହିତ୍ୟ, କଳା, ଭାସ୍କାର୍ଯ୍ୟ ଉପରେ ଉଚ୍ଚତର ଗବେଷଣା ତଥା ଡିଜିଟାଇଜେସନ୍ କରାଯିବା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଇଛିା ଏ ଦିଗରେ ବିହିତ ପଦକ୍ଷେପ ନେବା ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛିା ଏଥି ସହ ପ୍ରତ୍ୟେକ ଜନଜାତି ବହୁଳ ବ୍ଲକରେ ଭାଷା ପ୍ରୟୋଗଶାଳା ପ୍ରତିଷ୍ଠା କରାଯାଇ ଜନଜାତି ଭାଷାର ସଂରକ୍ଷଣ ଓ ସମୃଦ୍ଧି ସହ ଜନଜାତିଙ୍କ ସଂସ୍କୃତି, ଭାଷା ଉପରେ ଉଚ୍ଚତର ଗବେଷଣା କରୁଥିବା ଗବେଷକଙ୍କ ପ୍ରୋତ୍ସାହନ ନିମନ୍ତେ ଗବେଷଣା ବୃତ୍ତି ପ୍ରଚଳନ ନିମନ୍ତେ ପଦକ୍ଷେପ ନିଆଯିବା ବୈଠକରେ ଜନଜାତି ସ୍ୱତନ୍ତ୍ରତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ ପ୍ରକାଶନ ଉପରେ ଗବେଷଣା ସହ ପ୍ରାମାଣିକ ପୁସ୍ତିକା ପ୍ରକାଶନ ଉପରେ ଗୁରୁତ୍ୱ ଦିଆଯିବା ପାଇଁ ମଧ୍ୟ ସୁପାରିଶ କରାଯାଇଥିଲାା