ଆରପାରିରେ ଘୁ.ଉଦୟଗିରି ଏନଏସି ଅଧକ୍ଷା ଭାନୁପ୍ରଭା ମିଶ୍ର, ବିଭିନ୍ନ ମହଲରେ ଶୋକର ଛାୟା

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଏନଏସି ଅଧକ୍ଷା ଭାନୁ ପ୍ରଭା ମିଶ୍ରଙ୍କ ସୋମବାର ଦିନ ଅପରାହ୍ଣରେ ଭୁବନେଶ୍ଵର ର ଏକ ଘରୋଇ ହପ୍ସିଟାଲରେ ଦେହାନ୍ତ ହୋଇଯାଇଛି । ମ୍ରୁତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ ଗତ ଏନଏସି ନିର୍ବାଚନରେ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି ଅଧକ୍ଷା ଭାବେ ସିଧାସଳଖ ନିର୍ବାଚିତ ହୋଇ ୧୯ ମାର୍ଚ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ୧୦ନଂ ୱାର୍ଡରୁ ଥରେ କାଉନସିଲ ଏବଂ ଥରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଥିଲେ। ଅଧକ୍ଷା ଭାବେ ନିର୍ବାଚିତ ହେବା ପରେ ଅଧକ୍ଷା ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର ଭିତିଭୂମି ସ୍ଥାପନ କରିବା ସହ ବହୁ ଯୋଜନାର ଶୁଭାରମ୍ଭ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ସ୍ବାମୀ ସୁବାସ ଶତପଥୀ, ପୁଅ ଓ ଝିଅ ପାଖରେ ଥିଲେ । ଅଧକ୍ଷାଙ୍କ ମ୍ରୁତ୍ୟୁର ଖବର ପ୍ରଚରିତ ପରେ ସହରରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁର ଖବର ପାଇବା ପରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହିତ ଘୁ.ଉଦୟଗିରି ଜଣେ ବରିଷ୍ଠ ନାରୀନେତ୍ରୀକୁ ହରାଇଲା ବୋଲି କହିଛନ୍ତି ।ଏହା ସହିତ ସହିତ ଜିଲ୍ଲା ସଭାପତି ସରୋଜ କର୍ନ, ନଗର ସଭାପତି ଗୋପାଳ ମହାପାତ୍ରଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବି, ବ୍ରାହ୍ମଣ ସମାଜ, ବ୍ୟବସାୟୀ ସଂଘ ସହ ବିଭିନ୍ନ ରାଜନୈତିକ ଦଳଶୋକ ପ୍ରକାଶ କରିଛନ୍ତି । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ୱାରରେ ସମ୍ପର୍ଣ୍ଣ କରାଯିବା ନେଇ ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ଅଧକ୍ଷା ଭାନୁପ୍ରଭା ମିଶ୍ର ଥିଲେ ଜଣେ ଦକ୍ଷ, ଲୋକ ପ୍ରିୟ ନାରୀନେତ୍ରୀ I ତାଙ୍କର ମୃତ୍ୟୁ ଖବର ଗ୍ରହଣ କରି ପାରୁନାହାନ୍ତି ସହର ବାସୀ I ଖବର ପାଇବା ପରେ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ନିରବ ପ୍ରାର୍ଥନା କରିଥିଲେ I

Leave A Reply

Your email address will not be published.