ଉମରକୋଟ ବିଜେପିର ଜନ ସମ୍ପର୍କ ଅଭିଯାନ ସମାବେଶ ଅନୁଷ୍ଠିତ

0

ଉମରକୋଟ – ଓଡିଶା ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତ୍ୟେକ ମଣ୍ଡଳ ରେ ଜନ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ଉମରକୋଟ ନଗର ମଣ୍ଡଳ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମୋଦୀ ସରକାର ଙ୍କ ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ସଫଳତା ବିଷୟରେ ଆଲୋଚନା ହୋଇଥିଲା | ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ଵକ୍ତା ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରମେଶ ସାହୁ, ଅଶୋକ ପାଢ଼ୀ, ରାମ ନାୟକ, ସୁରେଶ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ମୋଦୀ ସରକାରଙ୍କ ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ. ନଗର ମଣ୍ଡଳ ସଭାପତି ଗୋପୀନାଥ ସାହୁ ଏଥିରେ ସଭାପତିତ୍ୱ କରିଥିବା ବେଳେ ନଗର ମଣ୍ଡଳ ର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ |

Leave A Reply

Your email address will not be published.