କୃଷି କର୍ମଚାରୀ ଙ୍କ କଳାବ୍ୟାଜ ପରିଧାନ ।

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ରାଜ୍ୟ କୃଷି କର୍ମଚାରି ଓ ମହିଳା କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ୬ ଦଫା ଦାବି ସମ୍ମିଳିତ ନେଇ,କୃଷି କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ, ଗ୍ରାମ୍ୟ କୃଷି କର୍ମଚାରୀ ପଦ ପରିବର୍ତ୍ତନ କରାଯାଇ କୃଷି ସମ୍ପ୍ରସାରଣ ଅଧିକାରୀ,ସେମାନଙ୍କର ଗ୍ରେଡ ପେ,୨ହଜାର ଟଙ୍କାରୁ ୪ହଜାର ଟଙ୍କା କୁ ବୃଦ୍ଧି,ଚାକିରି କାଳ ଭିତରେ ସର୍ବ ନିମ୍ନ ୩ରୁ୪ ପ୍ରମୋଶନ ଅବଧିର ଉଚ୍ଛେଦ କରାଯାଇ କ୍ୟାଡର ନିୟମର ପୁନର୍ବାର ଗଠନ,ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଚୁକ୍ତି ଭିତ୍ତିକ ବ୍ୟବସ୍ଥା ର ବିଲୋପ,୨୦୨୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀ ଙ୍କ ୬ବର୍ଷ ଚୁକ୍ତି ଭିତ୍ତିକ ସମୟକୁ ମୂଳ ଚାକେରିରେ ଗଣନା ଆଦି୬ଦଫା ଦାବି ନେଇ ଅସ୍ତରଙ୍ଗ ବ୍ଲକ କୃଷି କାର୍ଯ୍ୟାଳୟରେ କଳାବ୍ୟାଜ ପିନ୍ଧି ବିକ୍ଷୋଭ ପ୍ରଦଶନ କରିଥିବା ଜଣା ପଡି ଅଛି । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ,ରାଜ୍ୟସରକାର କୃଷି କର୍ମଣ ପୁରସ୍କାର ପାଇଛନ୍ତି । ସରକାର ଙ୍କ କାଳିଆ ଓ ବଳିଆ ଯୋଜନା ସହ ଅନ୍ୟ ଯୋଜନା ଗୁଡ଼ିକ କୃଷି କର୍ମଚାରୀ ସଫଳ କରିଥିବା ବେଳେ ସେମାନଙ୍କ ପ୍ରତି ରାଜ୍ୟ ସରକାର ଜାଣି ଶୁଣି ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି । ସେମାନଙ୍କ ଦାବିକୁ ସରକାର ଅନୁମୋଦନ ନ କଲେ ଆସନ୍ତା ୧ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି କର୍ମଚାରୀ ସଂଘ ନେତା ଜୀବନ ଜ୍ୟୋତି ଦାସ, ଜୟନ୍ତ କୁମାର ସେଠି,ଘନଶ୍ୟାମ ମଲିକ,ପ୍ରଶାନ୍ତ କୁମାର ଯାଦବ,ଅନୁସୁୟା ବରାଳ ଓ ସଂଗୀତା ଦାସ ପ୍ରମୁଖ ଜଣାଇ ଛନ୍ତି ।

Leave A Reply

Your email address will not be published.