ବାସୁଦେବପୁର – ସଦ୍ୟ ପ୍ରକାଶ ପାଇଥିଲା ନିଟ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବାସିନ୍ଦା ବିଜୟ କୁମାର ବେହେରାଙ୍କ ପୁଅ ଦୀପ୍ତେଶ ୭୨୦ ନମ୍ବର ରୁ ୬୭୬ ନମ୍ବର ରଖି ବାସୁଦେବପୁର ପାଇଁ ଗୌରବ ଆଣିଛନ୍ତି । ଦୀପ୍ତେଶ ସର୍ବଭାରତୀୟ ସ୍ତରରେ ୫୭୧ ନମ୍ବର ରେଙ୍କ ରେ ଅଛନ୍ତି । ବାସୁଦେବପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଦଶମ ଶ୍ରେଣୀ ପାସ କରିବା ପରେ ଭୁବନେଶ୍ଵର ଓଡିଏମ ପବ୍ଲିକ ସ୍କୁଲ ରେ ସେ +2 ବିଜ୍ଞାନରେ ଅଧ୍ୟୟନ କରିବା ସହିତ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ । ଦୀପ୍ତେଶଙ୍କର ଏହି ସଫଳା କୁ ନେଇ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲା ଓ ଜିଲ୍ଲା ବାହାରୁ ତାଙ୍କୁ ଅଭିନନ୍ଦନ ସୁଅ ଛୁଟିଛି । ସେ ଡାକ୍ତର ହେଲେ ପରେ ଗରିବ ଲୋକ ଙ୍କୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ପିଲାଟି ଦିନ ରୁ ଦିପ୍ତେଶ ଡାକ୍ତର ହେବାକୁ ଲକ୍ଷ୍ୟ ରଖି ଥିଲେ। ବାପା ଓ ମା ଙ୍କ ର ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ସେ ପିଲା ଟି ବେଳୁ ଜଣେ ଉତ୍ତମ ବିଦ୍ୟାର୍ଥୀ ଭାବ ରେ ସୁନାମ ଅର୍ଜନ କରିଛନ୍ତି। ଜଣେ ମେଧାବୀ ଛାତ୍ର ଭାବ ରେ ବାସୁଦେବପୁର ଅଞ୍ଚଳ ରେ ବେଶ ନାମ କରିଛନ୍ତି ସେ। ବାପା ଓ ମାଆ ତାଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀ। ବାପା ଓ ମାଆ ଙ୍କ ସହ ସମସ୍ତ ଗୁରୁଜୀ ଓ ଗୁରୁମା ତଥା ସହପାଠୀ ମାନଙ୍କର ଉତ୍ସାହ, ନିଜର ଅକ୍ଲାନ୍ତ ପରିଶ୍ରମ ପାଇଁ ସେ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି। ଭବିଷ୍ୟତ ରେ ଡାକ୍ତର ହୋଇ ପ୍ରମୁଖ ସେବା ସମାଜ ରେ ଗରିବ ଲୋକଙ୍କ ପାଇଁ ନିଜ କୁ ସମର୍ପିତ କରିବେ ବୋଲି କହିଛନ୍ତି । ତାଙ୍କର ଏହିଭଳି ଚିନ୍ତା ଧାରା କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Next Post