ଜାମୁଟପାଲି ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଗାଇସିଲାଟ/ମନ ଡନସନା- ଗାଇସିଲେଟ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମପଞ୍ଚାୟତ ପରିସରରେ ଗାଇସିଲେଟ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଶ୍ରୀଯୁକ୍ତ ସାମଲ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ କହିଥିଲେ। ପରିବାରରେ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷାକରିବା ସହ  ଛାତ୍ରଛାତ୍ରୀ ଯେପରି କୌଣସି ପରିସ୍ଥିତିରେ ନିଜ ଲକ୍ଷ  ବିଚ୍ୟୁତି ନକରନ୍ତି କି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନହୁଅନ୍ତି ସେ ଦିଗରେ ବାପା ମା ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସାହାଯ୍ୟ ନେବା ପାଇଁ ସେ ପ୍ରକାଶ କରିଥିବା ବେଳେ ବାଲ୍ୟବିବାହ ନ କରିବା ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମୁଟପାଲି ସରପଞ୍ଚ ସୁମିତ୍ରା ସାହୁ ,ସମାଜ ସେବୀ ସୁଶାନ୍ତ ପଣ୍ଡା, ମନୋରଞ୍ଜନ ପ୍ରଧାନ ସହକାରୀ ଶିକ୍ଷକ ଜାମୁଟପାଲି ଉଚ୍ଚ ବିଦ୍ୟାଳୟ, ଖିରୋଦ୍ର ସାହୁ ସଭାପତି ସେବା ସମବାୟ ସମିତି ଗାଇସିଲେଟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ଆମ ପୋଲିସ ସମିତି ସଦସ୍ୟଙ୍କ ସମେତ ଅନେକ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।

Leave A Reply

Your email address will not be published.