ଗାଇସିଲାଟ ବ୍ଲକରେ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ସହ କଲ୍ୟାଣ ମଣ୍ଡପ ଶୁଭଉଦଘାଟନ
ଗାଇସିଲାଟ/ମନ ଡନସନା – ଆଜି ଗାଇସିଲାଟ ବ୍ଲକରେ ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ପହଞ୍ଚିଥିଲେ ।ବାଜା,ଫିରିଙ୍ଗିମାଲ ମହିଳା ସଂକିର୍ତ୍ତନ,ପୁରୁଷ ସଂକିର୍ତ୍ତନ,ସଂକ୍ରିପାଣି ସଂକିର୍ତ୍ତନ, ଘୁମୁରା ଦଳ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଶୁଭାରମ୍ଭ ପୂର୍ବରୁ ମନ୍ତ୍ରୀ ରୀତା ସାହୁକୁ ସ୍ବାଗତ୍ ଜଣାଇ ପାଛୋଟି ନେଇଥିଲେ। ଗାଇସିଲାଟ ଠାରୁ ଛିନ୍ଦ୍ରାପାଲି ପର୍ୟ୍ଯନ୍ତ ରାସ୍ତା ର ଲେବେଡି ନାଲ ଉପରେ ସେତୁ ନିର୍ମାଣ ଶୁଭଉଦ୍ଘାଟନ କରିଛନ୍ତି। ଏହି ରାସ୍ତା ଯୋଗୁଁ ଜନସାଧାରଣ ସୁବିଧାରେ ଦମକିପାଲି ଠାରୁ ପାଟଣାଗଡ଼ କୁ କମ୍ ସମୟରେ ପହଞ୍ଚି ପାରିବେ। ପରେ କଣ୍ଟାଝୁଡାର ପେନଡୁଙ୍ଗୁରୀ ସେତୁ ମଧ୍ଯ ଶୁଭ ଉଦ୍ଘାଟନ କରିଥିଲେ। ଫିରିଙ୍ଗିମାଲ ଚକର କଲାର ସମାଜର କଲ୍ୟାଣ ମଣ୍ଡପ ନଟବରପୁର ଠାରେ ଶୁଭ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ମନ୍ତୀଙ୍କ ପ୍ରତିନିଧି ତଥା ଗାଇସିଲାଟ ବ୍ଲକର ଶିକ୍ଷା ବିଭାଗ ପ୍ରତିନିଧି ଶ୍ରୀଯୁକ୍ତ ସହଦେବ ନନ୍ଦ, ସରୋଜ ଶ୍ରୀ ଭୁଷଣ ସାହୁ, ଅମ୍ବିକା ତ୍ରିବେଦି,ପିଇଓ ପାଣ୍ଡବ ନନ୍ଦ, ସମାରୁ ସାହୁ ପ୍ରମୁଖ।