ସାମାଜିକ ସେବା ପାଇଁ ଉଦଘାଟିତ ହେଲା ଘରୋଇ ସଂସ୍ଥା “ସହଯୋଗ”

0

ଉଦଘାଟନୀ ଉତ୍ସବରେ ରକ୍ତଦାନ କଲେ ୪୪ ରକ୍ତଦାତା

ପଦ୍ମପୁର :- ସ୍ଥାନୀୟ କଲେଜ ସ୍ଥିତ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ ସାମାଜିକ ସେବା ସକାସେ “ସହଯୋଗ” ନାମରେ ଏକ ଘରୋଇ ସଂସ୍ଥା ର ଶୁଭାରମ୍ଭ ହୋଇଛି l ସହରର କିଛି ସଚେତନ ଯୁବକଙ୍କ ଦ୍ଵାରା ହୋଇଥିବା ଏହି ଘରୋଇ ସଂସ୍ଥାକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଥିଲେ l ପ୍ରଥମେ ବିଧାୟିକାଙ୍କୁ “ସହଯୋଗ “ତରଫରୁ ସ୍ଵାଗତିକା ବହିଦାର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l “ସହଯୋଗ” ର ସମ୍ପାଦକ ତାପସ କୁମାର ନାୟକ ଭାଷଣରେ “ସହଯୋଗ” ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସଂସ୍ଥାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ମଞ୍ଚାସୀନ ବିଧାୟିକା ଶ୍ରୀମତୀ ବରିହା “ସହଯୋଗ” ର ଉତ୍ତରୋତ୍ତର କାମନା କରିବା ସହିତ ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ ଜଣାଇଥିଲେ l ରକ୍ତ ର ଅଭାବକୁ ଦୂର କରିବା ପାଇଁ ରକ୍ତଦାନ ଆୟୋଜନ କରାଯାଉଥିଲା କିନ୍ତୁ ଏହି ଅନୁଷ୍ଠାନ ଏବେ ସାମାଜ ର ସେବା କ୍ଷେତ୍ରରେ କାମ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ l ଆପଣଙ୍କ ଅନୁଷ୍ଠାନ “ସହଯୋଗ” କୁ ମୁଁ ମଧ୍ୟ ସହଯୋଗ କରିବି ବୋଲି କହିଥିଲେ l
ଏହି ଉଦଘାଟନୀ ଉତ୍ସବ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ସଂଗଠନର ୪୪ ଜଣ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ମୌସମ ପାଗଡା, କୋଷାଧକ୍ଷ ପ୍ରଭୁଦତ୍ତ ପଣ୍ଡା, ବିକାଶ ପଣ୍ଡା,ଇଶ୍ଵର ଦତ୍ତ ମେହେର,ପାର୍ଥସାରଥି ମହାପାତ୍ର, ଦୀପକ ତିୱାରୀ, ଅଜୟ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ପ୍ରଦ୍ୟୁମ୍ନ ମେହେର, ରମାକାନ୍ତ ବହିଦାର, ମନୀଷ ଦୋରା, ସୌମ୍ଯଜିତ ପାଢୀ, ଶିବାଶିଷ ପଟ୍ଟନାୟକ, ପ୍ରୀତସ ନାୟକ, ଅବିନାଶ ବହିଦାର, ସୁରେଶ ଦୋରା, ରିମା ପଣ୍ଡା, ସୋନାଲି ପଣ୍ଡା, ଆରତୀ ମେହେର,ରଶ୍ମିତା ନାୟକ, ରୀତା ଅଗ୍ରୱାଲ ଓ ଶୀତଳ ତିୱାରୀ ସହଯୋଗ କରିଥିବା ବେଳେ ଆକାଶ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l

Leave A Reply

Your email address will not be published.