ବାସୁଦେବପୁର – ବାସୁଦେବପୁର ରେ ଶନିବାର ଦେଖିବାକୁ ମିଳିଛି ସକାଳ ସମୟ ରୁ ପ୍ରବଳ ବର୍ଷା। ଦିନ ତମାମ ପ୍ରବଲ୍ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନ ରେ ବର୍ଷା ପାଣି ଜମି ଥିବାର ଦେଖିବାକୁ ମିଳିଛି। ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପାଣି ଜମି ରହିଥିବାରୁ କର୍ମ ଚାରି ଓ ଜନ ସାଧାରଣ ଯିବା ଆସିବା ରେ ନାନା ଅସୁବିଧା ଭୋଗ କରୁଛନ୍ତି। ସେହିପରି ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ପରିସର ରେ ମଧ୍ୟ ପାଣି ଜମି ରହିଥିବାରୁ ଜନ ସାଧାରଣ ନାନା ଅସୁବିଧା ଭୋଗ କରୁଛନ୍ତି। ସେହିପରି ବି ଏସ ଏନଏଲ୍ କାର୍ଯ୍ୟାଳୟ ଆଗରେ ଓ ଭିତରେ ମଧ୍ୟ ପାଣି ଜମି ରହିଥିବାରୁ ଆଧାର ଓ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଜନ ସାଧାରଣ ଯିବା ଆସିବା ରେ ନାନା ଅସୁବିଧା ଭୋଗ କରୁଛନ୍ତି। ସେହିପରି ପଶୁ ଡାକ୍ତର ଖାନା ଆଗରେ ମଧ୍ୟ ପାଣି ଜମି ରହିଥିବାର ଦେଖା ଦେଇଛି। ପୌର ପରିଷଦ ଅନ୍ତର୍ଗତ ୨୧ ନମ୍ୱର୍ ୱାର୍ଡ ରେ ବଂଶୀ ପାଟଣା ଠାରେ ହୋଇଥିବା ମୁକ୍ତା ଯୋଜନା ରେ କିଛି ମାସ ତଳେ ଚାରି ପାଖ ପାଚେରୀ କାମ ର କିଛି ଅଂଶ ଫାଟକ ଗଳି ପଡ଼ି ଥିବାର ଦେଖା ଯାଇଛି।
Sign in
Sign in
Recover your password.
A password will be e-mailed to you.