ସଭାପତି ଚିରଞ୍ଜିବି ବିଶ୍ୱାଳଙ୍କ ନିଲମ୍ବନ ନେଇ କଂଗ୍ରେସଙ୍କ ବିକ୍ଷୋଭ ପ୍ରଦର୍ଶନ

0

ଜଗତସିଂହପୁର,ତା-୧୫.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ର ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବନ ହେବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଜଗତସିଂହପୁର ଜିଲ୍ଲା ସମେତ ସାରା ରାଜ୍ୟର ଜଣେ ସଚୋଟ ଜନପ୍ରିୟ ନେତା ଭାବରେ ଚିରଞ୍ଜୀବ ବିଶ୍ୱାଳ ରହିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ମିଥ୍ୟା ଅଭିଯୋଗ ଦଳ ପାଇଁ କ୍ଷତି ପହଁଚିଛି । ଶରତ ପଟନାୟକଙ୍କ ଏହି କୁ ଚକ୍ରାନ୍ତ ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ଜଗତସିଂହପୁର ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଶରତ ପଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଯଦି ଏହାର ପୁନଃ ବିଚାର କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବା ସହିତ ଆବଶ୍ୟକ ପଡ଼ିଲେ ଜିଲ୍ଲାର ସମସ୍ତ କଂଗ୍ରେସ ସମର୍ଥିତ ଜନ ପ୍ରତିନିଧି ଓ କର୍ମୀ କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.