ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ତମ୍ବାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ଯଶିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସୌଜନ୍ୟରୁ ତମ୍ବାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଯଶିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଧନଞ୍ଜୟ ସେନାପତି , ବିପିଏମ ଶ୍ରୋତସ୍ପିନି ଖାଟୁଆ , ସୁବାସ ମହାନ୍ତ ଯୋଗଦେଇ ତମ୍ବାଖୁ ସମ୍ବନ୍ଧୀୟ ବିଭିନ୍ନ ସୂଚନା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ତମ୍ବାଖୁ ଦ୍ଵାରା ହେଉଥିବା ରୋଗ ବିଷୟ ରେ ଜଣେଇବା ସହ ତମ୍ବାଖୁ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ପୂର୍ଣ ଭାବରେ ତମ୍ବାଖୁ ବର୍ଜନ ସହ ଏହି ବିଦ୍ୟାଳୟ କୁ ତମ୍ବାକୁ ମୁକ୍ତ ବିଦ୍ୟାଳୟ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ତଥା ସ୍ଵାସ୍ଥ୍ୟ ଆମ୍ବାସାଡାର ପୁରନ ମେହେର ତଥା ବିଦ୍ୟାଳୟ ର ଅନ୍ୟ ସହକାରୀ ଶିକ୍ଷକଙ୍କ ପ୍ରୟାସ ରେ ଆଗାମୀ ଦିନରେ ଏହି ବିଦ୍ୟାଳୟ ତମ୍ବାଖୁ ମୁକ୍ତ ହୋଇପାରିବ ବୋଲି ଶିକ୍ଷକ ଗଣ ମତ ପ୍ରକାଶ କରିଥିଲେ । ଗ୍ରାମର ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମଧ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.