ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଡୋଟରିଅମ ହଲ ଠାରେ ନେହେରୁ ଯୁବ କେନ୍ଦ୍ର ଗଜପତି ୟୁନିଟ ପକ୍ଷରୁ ମହାବିଦ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଯୁବ ଉତ୍ସବ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ , ଶାନ୍ତି ମନୋଭାବ ସହ ଦେଶ ସେବାହିଁ ସେମାନଙ୍କ ମନରେ ଜାଗ୍ରତ ହେବା ଆବଶ୍ୟକ। କଣ କଲେ ଆମ ସମାଜ ତଥା ଦେଶ ଓ ଜାତି ପାଇଁ ମଙ୍ଗଳମୟ ହେବ , ତାହା ଚିନ୍ତା କରିବାକୁ ଆହ୍ବାନ କରି ଯୁବ ସମାଜ ଦାୟିତ୍ଵ ନେଇ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସହ:- ପ୍ରଫେସର ଡଃ ଅଜୟ କୁମାର ତ୍ରିପାଠୀଙ୍କ ସମେତ ମହାବିଦ୍ୟାଳୟର ସହ ପ୍ରଫେସର ତଥା ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଏସଟି: ରେହମାନ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ସୁନାରାମ ସିଂହ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ୟୁଥ୍ ଅଫିସର ଶ୍ରୀ ଅକ୍ଷୟ ନେପାନି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ମହାବିଦ୍ୟାଳୟର ଇଂରାଜୀ ବିଭାଗ ସହ – ପ୍ରଫେସର ସୁଶ୍ରୀ କୋମଳ ଶିଖା ମଲ୍ଲିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡଃ ଚନ୍ଦ୍ର ଶେଖର ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ କଲେଜ୍ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା , ମୋବାଇଲ ଫୋଟଗ୍ରାଫି , କବିତା ଲିଖନ , ପେଣ୍ଟିଂ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ଓ ସମସ୍ତ ପ୍ରତିଯୋଗିତାର ବିଚାରକ ମାନେ ପ୍ରମାଣ ପତ୍ର ସହ ନଗତ ଅର୍ଥ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ମହେଶ ଓ ଭବାନୀ ଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.