ପଦ୍ମପୁର :- ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ପଦ୍ମପୁର ଉପଖଣ୍ଡକୁ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପଦ୍ମପୁର ଡାକ୍ତରଖାନାର ନ୍ୟୁଟ୍ରିସନ୍ ସେଣ୍ଟର୍, ପାଇକମାଳ ବ୍ଲକ୍ ଆଦି ବିଭିନ୍ନ ସ୍ଥାନକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ଆଜି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ପଦ୍ମପୁର ଉପଖଣ୍ଡକୁ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ନ୍ୟୁଟ୍ରିସନ୍ ସେଣ୍ଟର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ସେଠାରେ ଅନ୍ତେବାସୀ ରୋଗୀ ମାନଙ୍କ ପାଇଁ ଖାଦ୍ୟର ମାନ ପରଖିବା ପରେ ସେ ଅନ୍ତେବାସୀ ରୋଗୀ ମାନଙ୍କ ଅସୁବିଧା ପଚାରି ବୁଝିଛନ୍ତି। ସେସବୁ ସମସ୍ୟାର ସମାଧାନ ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପାଇକମାଳ ବ୍ଲକକୁ ଗସ୍ତ କରି ଶ୍ରୀ ସାହୁ ଲୋକ ମାନଙ୍କ ସହ ସିଧାସଳଖ ଭାବରେ ଆଲୋଚନା କରିଛନ୍ତି। ଖାଦ୍ୟ ସୁରକ୍ଷା ସୁବିଧାରୁ ବଞ୍ଚିତ ଲୋକଙ୍କ ମାନଙ୍କଠାରୁ ସେ ସିଧାସଳଖ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଅନେକ ପଞ୍ଚାୟତ ସମିତି ଓ ପଞ୍ଚାୟତ ସ୍ତରୀୟ ଲୋକପ୍ରତିନିଧି ମାନେ ମଧ୍ୟ ଭେଟିଥିଲେ ଓ ଜନସାଧାରଣଙ୍କୁ କିପରି ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ଲାଭ ପହଞ୍ଚାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।
ତାପରେ ଶ୍ରୀ ସାହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଳକୁ ଗସ୍ତ କରି ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ବିଷୟରେ ପିଲା ମାନଙ୍କୁ ପଚାରି ବୁଝିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଗସ୍ତ ସମୟରେ ରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ, ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ରହିଥିଲେ ଓ ଶ୍ରୀ ସାହୁ ଯେଉଁ ସବୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାସାସନିକ ସ୍ତରରେ ସେସବୁକୁ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.