ଓଡିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ଃ ସନ୍ତୋଷ ବେଜଙ୍କ ନେତୃତ୍ୱରେ ଓଡିଶା ପ୍ରତିନିଧି ଦଳଙ୍କ ଗୁଜୁରାଟ ଗସ୍ତ

0

କୃଷି ଶିଳ୍ପ ଭିତିକ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଗୁଜୁରାଟ କୃଷି ମନ୍ତ୍ରୀ ଶ୍ରୀ ରାଘବଜୀ ଭାଇ ପଟେଲଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର : ଓଡିଶା କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସଂଯୋଜନା ରେ ଏକ ପ୍ରତିନିଧି ଦଳ ଆଜି ଗୁଜୁରାଟ ଗସ୍ତ କରି ଗୁଜୁରାଟରେ ଚାଲୁଥିବା ବିଭିନ୍ନ କୃଷି ଯୋଜନା ବିଷୟରେ ସେଠାକାର କୃଷି ମନ୍ତ୍ରୀ ଶ୍ରୀ ରାଘବଜୀ ଭାଇ ପଟେଲ ଓ ଗୁଜୁରାଟ କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ଡି.ଏଚ.ସାହାଙ୍କ ସହ ଗୁଜୁରାଟ ସଚିବାଳୟ ରେ ଆଲୋଚନା କରିଥିଲେ | କୃଷି ମନ୍ତ୍ରୀ ଏହି ଅବସରରେ ରାଜ୍ୟ ରେ ଚାଲୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଚାଷୀ ମାନେ କିଭଳି ଉପକୃତ ହେଉଛନ୍ତି, ପୁଙ୍ଖାନୁପୁଖ ଭାବରେ ଆଲୋଚନା କରିଥିବା ବେଳେ ଗୁଜୁରାଟ କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ରାଜ୍ୟ ରେ ଥିବା କୃଷି ଶିଳ୍ପ ନିଗମ ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟାନ୍ୟ କୃଷି ଶିଳ୍ପ ଭିତିକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ସବୁ ବୁଲି ଦେଖିବା ପାଇଁ ପରାମର୍ଶ ଦେଇଥିଲେ | ଏହି ଗସ୍ତରେ ଓଡିଶା କୃଷି ଶିଳ୍ପ ନିଗମ ର ଉପାଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ବେଜ ଙ୍କ ନେତୃତ୍ୱ ରେ ଡେପୁଟି ଜେନେରାଲ ମ୍ୟାନେଜର ଇଂ ମନୋରଞ୍ଜନ ମନ୍ତ୍ରୀ, ଜିଲ୍ଲା ପରିଚାଳକ କ୍ରିଷ୍ଣ ଚନ୍ଦ୍ର ନାୟକ ଓ ଆଶିଷ କୁମାର ସିଂ ସାମିଲ ଅଛନ୍ତି |

Leave A Reply

Your email address will not be published.