କ୍ୟାରିଅର କାଉନସେଲିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ. ସି.ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ କ୍ୟାରିୟର କାଉ ନସେଲିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଶିଳ୍ପ କେନ୍ଦ୍ର ଫୁଲବାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ପରିଚାଳକ ଅଗ୍ରଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀର କର୍ମଚାରୀ ଶ୍ରୀଯୁକ୍ତ ହରେକୃଷ୍ଣ ଜେନା, ବିତ୍ତିୟ ସାକ୍ଷରତା ପରିଚାଳକ ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ, ଶିଳ୍ପବିକାଶ ଅଧିକାରୀ ସୁରେନ୍ଦ୍ର ସାହୁ, ବନମାଳି ମହାପାତ୍ର ଯୋଗଦେଇ ବେକାର ଯୁବକ ଯୁବତୀ କିପରି ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଦ୍ୱାରା ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇ ପାରିବେ, ବ୍ୟାଙ୍କ ଜରିଆରେ ୩୫% ସବସିଡି ପାଇ ବ୍ୟବସାୟରେ କିପରି ଲାଭବାନ ହେବା ନେଇ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଏଶହରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ I ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ଅମୁଲ୍ୟ ସାବତ, ବିରୂପାକ୍ଷ ମିଶ୍ର, ଶଙ୍କର ପାଢ଼ୀ, ସୂରଜ ଶାସମଲ,ଜ୍ଞାନ ରଞ୍ଜନ ଭୋଇ, ଅଭୟ ପ୍ରଧାନ, ରତନ ଦିଗାଲ, ସନ୍ତୋଷ ରଥ ଯୋଗଦେଇ ସହଯୋଗ କରିଥିଲେ I

Leave A Reply

Your email address will not be published.