ଚୋରୀ ଉଦ୍ୟମ ବେଳେ ଧରା ପଡିଲେ ୨ ଛାତ୍ର

0

ସାରସକଣା ରୁ ଦିପୁ ମହାପାତ୍ର:: ମୟୁରଭଂଜ ଜିଲ୍ଲା ଝାଡ଼ ପୋଖରିଆ ଥାନା ଅନ୍ତର୍ଗତ ସାରସକଣା ବଜାର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁସାରେ ଗତ କାଲି ରାତି ୧୨ ଟା ସମୟ ରେ‌ ଦୁଇ ଜଣ ପିଲା ଏକ‌ ମୋବାଇଲ୍ ଦୋକାନ କୁ ଚୋରି କରିବାକୁ ଆସି ଧରାପଡ଼ିଥିଲେ ଆଞ୍ଚଳିକ ଲୋକ ପାଖରେ ପରେ‌‌ ଝାରପୋଖରିଆ ଥାନାକୁ‌‌ ହସ୍ତାନ୍ତର  କରିଥିଲେ ସ୍ଥାନୀୟ ଲୋକେ | ତେବେ ପ୍ରଥମିକ ତଦନ୍ତ ରୁ ଜଣାପଡିଥିଲା ଯେ‌ ସେ ପିଲା ଗୁଡିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ପଳାଶବଣୀ ସ୍କୁଲ ର‌ ଛାତ୍ର | ତେବେ ୧୦୦ସିଷ୍ଟ ବିଶିଷ୍ଟ ସ୍କୁଲ ହଷ୍ଟେଲରୁ ପିଲାମାନେ କେମିତି ରାତି ଅଧରେ  ବାହାରକୁ ଆସିଲେ‌ ତାହା ସାଧାରଣରେ ଚର୍ଚ୍ଚା ହେଉଛି | ହଷ୍ଟେଲ ର ତତ୍ତ୍ୱାବଧାରକ ଏବଂ ନାଇଟ୍ ୱlଚ୍ ମେନ୍ କ’ଣ କରୁଥିଲେ | ଏ‌ନେଇ ଆମ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭିତରକୁ ପ୍ରବେଶ ନାହିଁ କହି କିଛି ଉତ୍ତର ନ‌ଦେଇ ମୁହଁ ବୁଲେଇ ପଳାଇ ଯାଇଥିଲେ | ତେବେ ହଷ୍ଟେଲ ଦାଇତ୍ୱ ରେ ଥିବା ତତ୍ତ୍ୱାବଧାରକ ଓ ନାଇଟ୍ ୱlଚ୍ ମେନ୍ କୁ ବରଖାସ୍ତ କରିବାକୁ ଆଞ୍ଚଳିକ ଲୋକ ମାନେ ଦାବି କରିଛନ୍ତି |  ଆମେ Dwoଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ୍ ଉଠାଇ ନ ଥିଲେ | ତେବେ ପ୍ରଶାସନିକ ସ୍ତରରେ ଏ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ  କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.