ନବରଙ୍ଗପୁର/ଅଶୋକ ସାହୁ,: ନିଖିଳ ଓଡିଶା 662 (+2ଓ +3 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଜିଲ୍ଲପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଭାସ୍କର ରଇତ ଙ୍କୁ ସଂଘ ତରଫରୁ ସଭାପତି ତଥା ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ହୋତା ସମ୍ପାଦକ ଝରୀଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରୀଗାଁ ର ଅଧ୍ୟକ୍ଷ ଶ୍ରୀ ଶିବ ପଟନାୟକ , ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ଅଧ୍ୟାପକ ଅନିଲ କୁମାର ପୃଷ୍ଟି ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ସମାନ ଗ୍ରେଡ଼ ପେ କୁ ସମାନ ଦରମା , ପେନସନ ଓ ଅବସର କାଳୀନ ରାଶି ପ୍ରଦାନ,2018 ଅନୁଦାନ ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ ଆଧାରରେ ଦରମା ପ୍ରଦାନ, ବିଭିନ ଅସଂଗତି ରେ ବାଦ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଭଳି ପ୍ରମୁଖ ଦାବି କୁ ନେଇ ବିଗତ ଫେବୃଆରୀ ମାସ 13 ତାରିଖରୁ ସଙ୍ଘ ଭୁବନେଶ୍ୱର ଠାରେ ଧାରଣା ଦେଇ ଆସୁଥିବା ବେଳେ ସରକାର ଏଥି ପ୍ରତି କୌଣସି କର୍ଣ୍ଣପାତ କରୁନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ସ୍ତରରେ ଅଧ୍ୟାପକ ଓ କର୍ମଚାରୀ ମାନେ ଏହି ଦାବି ପତ୍ର ପ୍ରଦାନ କରି ଅଛନ୍ତି l ଏହାପରେ ସଭାପତି ଶ୍ରୀ ହୋତା ଙ୍କ ସଭାପତିତ୍ୱ ରେ ଏକ ଜରୁରୀ ବୈଠକ ଆୟୋଜନ କରି ଯଦି ସରକାର ଦାବି ସଂକ୍ରାନ୍ତରେ କୌଣସି ବିଚରା ନ କରନ୍ତି ତେବେ ରାଜ୍ୟ ସଂଘର ନିଷ୍ପତି ଅନୁଯାୟୀ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସବୁ ଅନୁଷ୍ଠାନ ଗୁଡିକରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ ନିଷ୍ପତି ଗ୍ରହଣ କରାଯାଇଅଛି l
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ପାନାବେଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାନାବେଡା , ପାନାବେଡା ଡ଼ିଗ୍ରୀ ମହାବିଦ୍ୟାଳୟ ପାନାବେଡା,ଝରୀଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରୀଗାଁ, ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଡ଼ିଙ୍ଗା,ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇଘର,ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଡାବୁଗାଁ,ନବରଙ୍ଗପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ନବରଙ୍ଗପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ନବରଙ୍ଗପୁର, ମୈଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୈଦଲପୁର ର ଅଧ୍ୟାପକ ଓ କର୍ମଚାରୀ ଯଥା ଅଧ୍ୟାପକ ଶଙ୍କର ଗନ୍ତାୟତ ଅଧ୍ୟାପକ ରମେଶ ପଟନାୟକ, ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପିକା ଚନ୍ଦନା ପଣ୍ଡା,ପୁଷ୍ପାଞ୍ଜଳି ସାହୁ,ବିନୋଦ ପ୍ରଧାନ, ବିଶ୍ୱରଂଜନ ପଣ୍ଡା,ପଞ୍ଚାନନ ଦୁରିଆ ଦୀନବନ୍ଧୁ ନନ୍ଦୀ, ଡ଼ଃ ରବି ନାରାୟଣ ପାଣିଗ୍ରାହୀ , ବିଭୁତି ହୋତା, ସ୍ମିତା ତ୍ରିପାଠୀ, ଡ଼ଃ ସାବେରୀ ମିଶ୍ର, ସ୍ୱପ୍ନା ମହାନ୍ତି, ଟାହିରl ବେଗମ,ବିମ୍ବଷ୍ଟା ବେହେରା, ମକର ନାୟକପ୍ରମୁଖ ଯୋଗ ଦେଇ ଥିଲେ l
Sign in
Sign in
Recover your password.
A password will be e-mailed to you.