ଓଡ଼ଗାଁ, ୧୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପାଳ ରବିନ୍ଦ୍ରନାଥ ସାହୁ ଏବଂ ନୂତ୍ତନ ରୁପେ କାର୍ଯ୍ୟଭାର ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ଆପିଏସ ରାହୁଲ ଜୈନ ମଙ୍ଗଳବାର ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘ ଓଡ଼ଗାଁ ତରଫରୁ ସଭାପତି ଅଶୋକ କୁମାର ମହାପାତ୍ର, ଉପ ସଭାପତି ଆଦର୍ଶ କୁମାର ପଟ୍ଟନାୟକ, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ପରେ ଜିଲ୍ଲାପାଳ ଏବଂ ଏସପି ରାମସାଗର ପାର୍କ ପରିଦର୍ଶନ କରିବା ପରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନୂତନ ଶ୍ରେଣୀକକ୍ଷ ପରିଦର୍ଶନ ପରେ ରାବରା ଯାଇ ସେଠାରେ ଛତୁ ପ୍ରକ୍ରିୟା କରଣ କେନ୍ଦ୍ର ବୁଲି ଦେଖିବା ସହିତ ନୟାଗଡ଼ ଫେରି ଯାଇଥିଲେ । ଏହି ଗସ୍ତ ସମୟରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା, ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ ପ୍ରମୁଖ ସାଙ୍ଗରେ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post