ଓଡ଼ଗାଁ, ୧୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆଇଏଫ ଏସ ସଞ୍ଚିତ କୁମାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବନାଞ୍ଚଳ ଗସ୍ତରେ ଆସି କୁରାଳ ବିପିଏଫ ଲଣ୍ଡା ପାହାଡ଼ର ପୁନରୁଦ୍ଧାର ପାଇଁ ୨୫ ଏକର ଜାଗାରେ ଚାରା ରୋପଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଉକ୍ତ ଡିପିଏଫ ଅଞ୍ଚଳରେ ଗତ ୨୦୨୨ ମସିହାରେ ଲଣ୍ଡା ପାହାଡ଼ର ୧୫ ହେଷ୍ଟର ଯାଗାରେ ଚାରା ରୋପଣ ହୋଇଥିଲା । ଆଜିର ଏହି ଗସ୍ତ ସମୟରେ ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସ୍ବେତାଲିନା ସାହୁ, ହିମାଂଶୁ ଶେଖର ମୁଦୁଲି, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେସ ମଲିକ ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.