ଭୁବନ ରଗଡିନାଳ ପାଣି ବ୍ୟବହାର କରୁଥିବା ମଣିଷ ଓ ଗାଈଗୋରୁ ଏବେ ବିପଦରେ ।

0

ଭୁବନ ଏନ.ଏ.ସି ଅଧିକାରୀ ଓ କ୍ରୋମାଇଟ ୱାଶିଂ ଡ଼ଷ୍ଟ ଯୋଗାଣକାରୀଙ୍କ ଭିତରେ ମଧୁଚନ୍ଦ୍ରିକା!

ଭୁବନ/ଅବିନାଶ ସାଥୁଆ ମହାପାତ୍ର:  ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ରଗଡ଼ିନାଳ ତଟବର୍ତୀ ଅଞ୍ଚଳରେ ବିଷାକ୍ତ କ୍ରୋମାଇଟ ୱାଶିଂ ଡ଼ଷ୍ଟ ପକାଇ ସେଠାରେ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଚାଲୁରଖିଛି । କେଉଁ ଆବାହମାନ କାଳରୁ ଏହି ରଗଡ଼ିନାଳ ଜଳକୁ ଭୁବନ ବାସୀ ବ୍ୟବହାର କରି ଆସୁଛନ୍ତି, ଏହା ପୂର୍ବେ ଚିରସ୍ରୋତା ବ୍ରାହ୍ମଣୀ ନଦୀର ଏକ ଶାଖା ଭାବରେ ଜଳ ପ୍ରବାହିତ ହେଉଥିଲା ସମୟାନୁକ୍ରମେ ଏହାର ଗତିପଥ ରୋଧ କରିବାରୁ ଏହା ନାଳର ମାନ୍ୟତା ନେଇ ପଡି ରହିଅଛି ।ବର୍ତ୍ତମାନ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ଆୟବୃଦ୍ଧି କରିବା ନିମନ୍ତେ ଏହି ନାଳର ତଟବର୍ତୀ ଅଞ୍ଚଳକୁ ବେଆଇନ ଭାବେ ବିଷାକ୍ତ କ୍ରୋମାଇଟ ଡ଼ଷ୍ଟ ପକାଇ ପୋତିବା ସହିତ ଏଠାରେ ଭେଣ୍ଡିଜୋନ୍ ନିର୍ମାଣ କାର୍ଯ୍ୟ ଚାଲୁରଖିଛନ୍ତି ।ଯାହାକି ଆଗାମୀ ଦିନରେ ଏହି ଜଳକୁ ବ୍ୟବହାର କରୁଥିବା ଗୋମହିଷାଦି ଓ ମଣିଷ ମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇ ମରଣ ମୁଖରେ ପଡ଼ିବାକୁ ବାଧ୍ୟ ହେବେ ।

ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବା ସହିତ ଏଭଳି ଜନବିରୋଧୀ କାର୍ଯ୍ୟ କରିଥିବା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ଓ କ୍ରୋମାଇଟ ୱାଶିଂ ଡ଼ଷ୍ଟ ଯୋଗାଇଥିବା ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ବିଷାକ୍ତ ମାଟିକୁ ସେଠାରୁ ସ୍ଥାନାନ୍ତର କରାଯାଉ । ଯଦ୍ୱାରା କି ଜୀବଜଗତ ଓ ପରିବେଶ ସୁରକ୍ଷିତ ରହିପାରିବ ।

 

Leave A Reply

Your email address will not be published.