କପିଳାସ ଚନ୍ଦ୍ରଶେଖରଜୀଉ ମହାଦେବଙ୍କ ପିଠରେ ଓଡ଼ିଶା ସମେତ ବାହାର ରାଜ୍ୟର ହଜାର ହଜାର ଭକ୍ତଙ୍କ ସମାଗମ

0

ଢ଼େଙ୍କାନାଳ/ରବିନ୍ ଦାସ ; ଗଁଦିଆ ବ୍ଲକ୍ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ଚନ୍ଦ୍ରଶେଖରଜୀଉ ପିଠରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲା ତଥା ରାଜ୍ୟ ବାହାରୁ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ପୁନ୍ୟ ଜଳ ନେଇ କପିଳାସ ଅଭିମୁଖେ ଯାତ୍ରା କରୁଛନ୍ତି । ନଦୀ ପଠାରେ ଶିବଙ୍କର ବାଲୁଙ୍କା ପୂଜା ପରେ ପୂଜା ଅର୍ଚ୍ଚନା ସାରି ଶିବ ପଞ୍ଚାକ୍ଷର ଗାନ କରି ଚନ୍ଦ୍ରଶେଖର ମହାଦେବଙ୍କୁ ଜଳାଅଭିଶେଖ କରିଛନ୍ତି । ଭକ୍ତମାନେ କାନ୍ଧରେ ବାହୁଙ୍ଗି ଧରି ରାସ୍ତାରେ ବୋଲ ବୋମ୍ ହରହର ବୋମ୍ ଧ୍ବନୀରେ କପିଳାସ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି । କାଉଡିଆଙ୍କ ଭିଡ଼ରେ ଉକ୍ତ ଅଞ୍ଚଳରେ ଏକ ସାତ୍ଵିକ ବାତାବରଣ ସୃଷ୍ଟି ହୋଇଛି ।ଶ୍ରଦ୍ଧାଳୁ ଙ୍କୁ ଉତ୍ସାହିତ କରିବାପାଇଁ ଡ଼ାକବାଜି ଯନ୍ତ୍ର ଦ୍ଵାରା ବୋଲ ବୋମ୍ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଢ଼େଙ୍କାନାଳ ଏସ୍.ପି ଜ୍ଞାନ ରଞ୍ଜନ ମହାପାତ୍ର ନିଜେ ଉପସ୍ଥିତ ରହି ବ୍ୟାରିକେଟ୍ କରାଇ ଶ୍ରଦ୍ଧାଳୁଙ୍କୁ ଜଳଲାଗି କରିବାରେ ସାହାଯ୍ୟ ଓ ସମସ୍ତ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଅଞ୍ଚଳରେ କପିଳାସ ପର୍ଯ୍ୟନ୍ତ ଯିବା ରାସ୍ତାର ବିଶ୍ରାମ ନେବା ଓ ଖାଦ୍ୟ ପରିବେଶଣର ବ୍ୟବସ୍ଥା କରାଯାଇଛି । କିଛି ଦୁର୍ଘଟଣାକୁ ଆଖି ଆଗରେ ରଖି ବିଭିନ୍ନ ଛକ ମାନଙ୍କରେ ଆମ୍ବୁଲାନ୍ସ୍ ଅଗ୍ନିଶମ ବାହିନି ଓ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପୋଲିସ ପ୍ରଶାସନର ଏଭଳି ତତ୍ପରତା ଯୋଗୁଁ ଶ୍ରଦ୍ଧାଳୁମାନେ କୃତଜ୍ଞତା ଜଣାଇଛନ୍ତି I

Leave A Reply

Your email address will not be published.