କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ବଡ଼ବିଲ ପ୍ରେସ କ୍ଲବ  ପକ୍ଷରୁ ନିନ୍ଦା । 

0

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ବଡ଼ବିଲ(ଚିତ୍ତରଞ୍ଜନ କର) : ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣର ଘୋର ନିନ୍ଦା କରାଯିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ବିଲ ପ୍ରେସ କ୍ଲବ ତରଫରୁ ଦାବୀ କରାଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆଜି ଏ ନେଇ ପ୍ରେସ କ୍ଲବର ଏକ ଜରୁରୀକାଳୀନ ବୈଠକରେ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ଏକ ନିନ୍ଦା ପ୍ରସ୍ତାବ ଆଗତ କରିଥଲା ବେଳେ ଉପସ୍ଥିତ ଥିବା ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ବାରମ୍ବାର ହେଉଥିବା  ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳର ଜନୈକ ସାମ୍ବାଦିକ ରାଧାକୃଷ୍ଣ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୃବୃର୍ତ୍ତଙ୍କୁ ତୁରନ୍ତ ଗିରଫଦାରୀ ଦାବି କରାଯାଇଛି।

Leave A Reply

Your email address will not be published.