ସ୍କୁଲ ଅଟୋ ଦୁର୍ଘଟଣା ଗ୍ରସ୍ତ ଜଣେ ଛାତ୍ରୀ ମୃତ।

0 2

ବାସୁଦେବପୁର – ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ମନ୍ଦାରୀ ନିକଟ ରେ ଶିଶୁ ବିହାର ସ୍କୁଲ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ହୋଇ ଥିବା ବେଳେ ତିନି ରୁ ଅଧିକ ଛାତ୍ର ଛାତ୍ରୀ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବାର ଦେଖାଦେଇଛି। ମୃତ ଛାତ୍ରୀ ଜଣକ ଇମାନି ରାଉଳ, ଶ୍ରେଣୀ ପଞ୍ଚମ ବୋଲି ଜଣା ଯାଇଛି। ଆଜି ଶୁକ୍ରବାର ସ୍କୁଲ ଛୁଟି ହୋଇ ପିଲା ମାନଙ୍କୁ ନେଇ ଅଟୋ ଟି ପିଲାମାନଙ୍କୁ ନେଇ ଯାଉ ଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି। ସ୍ଥାନୀୟ ଜନ ସାଧାରଣ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ। ବାସୁଦେବପୁର ଓ ଚୂଡ଼ାମଣି ପୋଲିସ ଉପସ୍ଥିତ ରହି ପରିସ୍ଥିତି କୁ ଆୟତ୍ତ କରିଥିବା ଦେଖାଦେଇଛି। ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଘଟଣା ସ୍ଥଳରେ ଉପସ୍ଥିତ ରହି ପିଲା ମାନଙ୍କ ପରିବାର ଲୋକ ଙ୍କୁ ଆଶ୍ୱାସନା ଦେଇଥିଲେ। ସେହିପରି ଯୁବନେତା ବାଣୀକଲ୍ୟାଣ ମହାନ୍ତି ସଡ଼କ ଦୁର୍ଘଟଣା ବିଷୟରେ ଖବର ପାଇ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ମୃତ ଝିଅଟିର ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ | ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ ଓ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ମଧ୍ୟ ଉପସ୍ଥିତ ରହି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ। ଖବର ପାଇ ବାସୁଦେବପୁର ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଆହତ ପିଲା ମାନଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ କ୍ଷତି ପୂରଣ ଦେବାକୁ ସାଧାରଣ ରେ ଦାବି ହେଉଛି। ଘଟଣା ସ୍ଥଳରେ ଡ୍ରାଇଭର ଫେରାର ଥିବା ସ୍ଥାନୀୟ ଲୋକେ କହିଛନ୍ତି।

Leave A Reply

Your email address will not be published.