ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନୂଆସାହି ସ୍ଥିତ ମସଜିଦ ଗୃହ ଠାରେ ମୁସଲମାନ ସମ୍ପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସରେ ଆଜି ଭାଇଚାରା ପର୍ବ “ଇଦ ଉଲ ଜୁହା” ପାଳନ କରା ଯାଇଛି l ଏହି ଉତ୍ସବ ଇବ୍ରାହିମ ଆଲେସଲାମ ଙ୍କ ସ୍ମୃତି ଚାରଣ ଉଦେଶ୍ୟରେ ପାଳନ କରାଯାଉଥିବା ସୂଚନା ରହିଛି ! ମୌଲବୀ ମହମ୍ମଦ ନାସିରୁଦ୍ଧିନ ଆଜି ସକାଳ 9 ଘଣ୍ଟିକା ସମୟରେ ନମାଜ ପାଠ କରିଥିଲେ ! ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ନମାଜ ପାଠ ରେ ଯୋଗଦାନ ସହ ପରସ୍ପରଙ୍କୁ ଅଭିନନ୍ଦନ ଜଣେଇ ଥିଲେ ! ଏହି ଅବସରରରେ ଆଲ୍ହା ଙ୍କ ନିକଟରେ ଦେଶ ବାସୀ ଙ୍କ ମଧ୍ୟରେ ଭାଇଚାରା, ସଦଭାବନା ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରାର୍ଥନା କରିଵା ସହ ଜାମା ମସଜିଦ ର ସଭାପତି ମହମ୍ମଦ ଜାମିଲ ଙ୍କ ସହ ମହମ୍ମଦ ମଜିଦ,ମହମ୍ମଦ ହୁସେନ, ମହମ୍ମଦ ଇସଲାମ, ଅବଦୁଲ କରିମ ଙ୍କ ସହ ଅନ୍ୟ ବହୁ ସଦସ୍ୟ ଦେଶବାସୀଙ୍କୁ ହାର୍ଦ୍ଧିକ ଓ ଆନ୍ତରିକ ଅଭିନନ୍ଦନ ଜଣେଇଛନ୍ତି !
Sign in
Sign in
Recover your password.
A password will be e-mailed to you.