ଗାଇସିଲାଟ/ମନ ଡନସନା- ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୂ। ଆଡପ ମଣ୍ଡପରୁ ଆଜି ବାହୁଡା ଯାତ୍ରାରେ ବାହାରିବା ପାଇଁ ରଥାରୁଢ଼ ହୋଇଛନ୍ତି ତିନି ଠାକୁର ସ୍ୱତନ୍ତ୍ର ରୀତିନୀତି ପରେ ଟାହିଆ ଯାତ୍ରା ହେବା ସହିତ ପହଣ୍ଡି ହୋଇଛନ୍ତି ତିନି ଠାକୁର।ଛେରା ପହଁରା କରିବାକୁ ପହିଲମାନ ସିଂ ବରିହା ଙ୍କୁ ନିମନ୍ତ୍ରଣ କରିବା ପରେ ଛେରା ପହଁରା ହୋଇଥିଲା। ଶେଷରେ ତିନି ରଥକୁ ଟାଣି ଥିଲେ ଭକ୍ତ।ବାହୁଡା ଯାତ୍ରାକୁ ଶାନ୍ତି ଶ୍ରୁଖଂଳାରେ ସାରିବା ପାଇଁ ପରିଚାଳନା କମିଟି ତରଫରୁ ପ୍ରସ୍ତୁତି ବୈଠକ କରାଯିବା ସହିତ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା।ପରିଚାଳନା କମିଟିର ଅମିନ ସାହୁ, ଘନଶ୍ୟାମ ଭୋଇ, ସୁରେନ୍ଦ୍ର ସାହୁ, ଫୁଲବାବୁ ଡନସନା, କିର୍ତ୍ତନ ସାହୁ, ସୁନାଧର ସାହୁ,କୁଷ୍ଣଚନ୍ଦ୍ର ପାଣ୍ଡେ, ପ୍ରଫୁଲ ଠାକୁର ପ୍ରମୁଖ ସହଯୋଗ କରିଥିଲେ।ଏହି ବହୁ ପୁରାତନ ରଥଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ରୁ ବହୁ ଶ୍ରଧାଳୁକଂ ସମାଗମ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.