ଆରଏସପିର ବିଦ୍ୟାଳୟ ଓ ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକରେ ସ୍ଵଚ୍ଛତା ହି ସେବା ଅଭିଯାନ ଆୟୋଜିତ 

0

ରାଉରକେଲା/ ସୁଶାନ୍ତ ବେହେରା : ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ଵଚ୍ଛ ଭାରତ ଅଭିଯାନର ଚତୁର୍ଥ ବାର୍ଷିକୀ ଉପଲକ୍ଷେ ସାରା ଦେଶରେ ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସ୍ଵଚ୍ଛତା ହି ସେବା ପକ୍ଷ ପାଳନରେ ରାଉରକେଲା ଇସ୍ପାତ କାରଖାନା ଉତ୍ସାହପୂର୍ଣ୍ଣ ରୂପେ ସାମିଲ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ରାଉରକେଲା ଇସ୍ପାତ କାରଖାନାର ବିଦ୍ୟାଳୟ ଏବଂ ପାର୍ଶ୍ଵାଞ୍ଚଳ ଗ୍ରାମ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କ୍ରମରେ ସେପ୍ଟେମ୍ବର ୨୫ ତାରିଖରେ ସେକ୍ଟର ୨୦ ଓ ସେକ୍ଟର ୨୨ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏବଂ ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେପ୍ଟେମ୍ବର ୨୭ ତାରିଖରେ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଏକ ସ୍ଵଚ୍ଛତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ସ୍ଵଚ୍ଛତା ସନ୍ଦର୍ଭରେ ଜନସ୍ୱାସ୍ଥ୍ୟ ବିଭାଗର ସିନିୟର କନସଲ୍ଟାଣ୍ଟ, ଡକ୍ଟର ଦୀପା ଲାଭାଙ୍ଗରେ ଏକ ବିସ୍ତୃତ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଏହି ଅବସରରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।  ସେହିଭଳି ପାର୍ଶ୍ଵାଞ୍ଚଳର ନୂଆଗାଁ ବ୍ଲକ ଅନ୍ତର୍ଗତ ଲେଣ୍ଡ୍ରା ଓ ବିଶ୍ରା ବ୍ଲକ ଜବା ପାନପୋଷ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆରଏସପି ସିଏସଆର ବିଭାଗ ଦ୍ଵାରା ସ୍ଵଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସିଏସଆର ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ପି ଏମ ବେହେରା ଅଧ୍ୟକ୍ଷତା କରିଥିଲେ।

Leave A Reply

Your email address will not be published.