ପଦ୍ମପୁର ଗସ୍ତରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ

0

ବରଗଡ :- ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆଜି ବରଗଡ଼ ଜିଲ୍ଲା ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ କୁ ଗସ୍ତ କରିଥିଲେ । ପଦ୍ମପୁର ପହହଞ୍ଚିବା ପରେ ପ୍ରଥମେ ଦଳୀୟ ଅଫିସରେ ବିଧାୟିକା ବର୍ଷା ସିଂ ବରିହା ଙ୍କର ସମେତ ଦଳୀୟ ନେତୁ ମଣ୍ଡଳୀ ଉଭୟ ନେତା ଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଦଳୀୟ ଅଫିସ ରେ କର୍ମୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା ପରେ ବିଧାୟିକା ଙ୍କର ସହିତ ଉଭୟ ନେତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର କୁ ଯାଇଥିଲେ । ନୃସିଂହନାଥ ମନ୍ଦିର ଠାରେ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ , ପେକ୍ସ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସ୍ୱାଇଁ , ଙ୍କର ସମେତ ଅନେକ କାର୍ଯକର୍ତା ସାଂଗଠନିକ ସମ୍ପାଦକ ତଥା ଯାଜପୁର ର ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ , ମାନ୍ୟବର ଭଟଲି ଶ୍ରୀ ସୁଶାନ୍ତ ସିଂ ଓ ବିଧାୟିକା ବର୍ଷା ସିଂ ବରିହା ଙ୍କୁ ସ୍ୱାଗତ କରିଥିଲେ । ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ୟ୍ଯ ବୁଲି ଦେଖିବା ପରେ ଓ ଦଳୀୟ କର୍ମୀ ଙ୍କର ସହିତ କିଛି ସମୟ ଆଲୋଚନା ପରେ ସମସ୍ତେ ପଦ୍ମପୁର କୁ ଫେରି ଯାଇଥିଲେ ।
ଏହା ପରେ ସନ୍ଧ୍ୟା ସମୟରେ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଓ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଭଟଲି ନୁର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ନେତା ଓ ଜର୍ମୀ ଙ୍କର ସହିତ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ଯକ୍ରମ ରେ , ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ରାଜୁ ଘିବେଳା , ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.