ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ ୨୦୨୩: ଭାରତର ଶ୍ରେଷ୍ଠ ୧୩ତମ ବିଶ୍ୱବିଦ୍ୟାଳୟ କିଟ୍‍

0

ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ ୨୦୨୩ରେ କିଟ୍‍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ୧୩ତମ ସ୍ଥାନରେ ରହିଥିବା ବେଳେ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୪୭ ତମ ସ୍ଥାନରେ ରହିଛି । କିଟ୍‍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆଇଆଇଏସ୍‍, ଆଇଆଇଟି ଓ ଆଇଆଇଆଇଟି ଭଳି ଦେଶର ଖ୍ୟାତି ସମ୍ପନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇ ପାରିଛି । ପୂର୍ବବର୍ଷ କିଟ୍‍ ଏସିଆ ରାଙ୍କିଂର ୨୦୧+ ସ୍ଥାନରେ ରହିଥିଲା । ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଛି ।
କିଟ୍‍ ବିଶ୍ୱବିଦ୍ୟାଳୟରେ ବ୍ୟାପକ କାର୍ଯ୍ୟକ୍ରମ ସହ ୨ଶହରୁ ଊଦ୍ଧ୍ୱର୍ ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ ବିଚାରକୁ ନେଲେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ଯଥେଷ୍ଟ ଉନ୍ନତ ପ୍ରଦର୍ଶନ କରିଛି ।
ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକି୍ରୟାରେ ସାମିଲ୍‍ କରାଯାଇଛି । ସୂଚନାଯୋଗ୍ୟ, କିଟ୍‍ ୨୫ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୯ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୧୩ତମ ଓ ଏସଆରେ ୧୪୭ତମ ସ୍ଥାନରେ ରହି ରାଜ୍ୟ ଓ ଦେଶରର ଗୌରବ ବୃଦ୍ଧି କରିପାରିଛି । ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍‍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.