ବାଉଁଶ ଖୁଣ୍ଟ ଓ ଖଜୁରୀ ଗଛରେ ବିଦ୍ୟୁତ୍ ସଂଯୋଗ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ ଘରୋଇକରଣ ପରେ ବିଦ୍ୟୁତ ବିଭାଗରେ କିଛି ପରିବର୍ତ୍ତନ ହୋଇ ଉପଭୋକ୍ତା କିପରି ଠିକ୍ ଭାବରେ ସେବା ପାଇ ପାରିବେ ଚିନ୍ତା କରାଯାଇଥିଲା ଏବେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମପଞ୍ଚାୟତ ଠାକୁର ନିକ୍ତିମାଲ (କୁମ୍ଭାର ପଡ଼ା) ଠାରେ କେତେକ ସ୍ଥାନରେ ପୁରୁଣା ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ଥିବାରୁ ବାଉଁଶ ଓ ଖଜୁରୀ ଗଛରେ ବିଦ୍ୟୁତ୍ ସଂଯୋଗ କରିଛନ୍ତି l କୌଣସି କାରଣବଶତଃ କେବୁଲ କଟିଗଲେ ଝଡ଼ବର୍ଷା ସମୟରେ ଏହା ଭୟଙ୍କର ବିପଦକୁ ଟାଣିଆଣିବ l ଏମିତି ଏକ ବିଦ୍ୟୁତ୍ ପୂର୍ଣ୍ଣ ବିଦ୍ୟୁତକରଣ ଠାକୁର ନିକ୍ତିମାଳ (କୁମ୍ଭାର ପଡ଼ା) ଗ୍ରାମରେ ଦେଖିବାକୁ ମିଳୁଛି l ସଂପୃକ୍ତ ବିଭାଗ ଦୃଷ୍ଟି ନ ଦେଲେ ଏକ ଆସନ୍ନ ବିପଦକୁ ଆମନ୍ତ୍ରଣ କରିବାର ଆଶଙ୍କା ରହିଛି l ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ବିଦ୍ୟୁତ୍ ଖୁଣ୍ଟ ଲଗାଇବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l