ଅରୁଣଙ୍କ ପ୍ରଚେଷ୍ଟାରେ ଗିରିଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପାଇଲା ଉନ୍ନିତ ବିଦ୍ୟାଳୟ ମାନ୍ୟତା

0

ଓଡ଼ଗାଁ, ୨୨।୬ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡ଼ିପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ମିଳିଛି ଉନ୍ନୀତ ବିଦ୍ୟାଳୟର ମାନ୍ୟତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗିରିଡ଼ିପଲ୍ଲୀ ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ ବିଦ୍ୟାଳୟର ମାନ୍ୟତା ମିଳିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ସମଗ୍ର ଶିକ୍ଷା ଅଧିକାରୀ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ସୁଯୋଗ ପାଉଥିଲେ। ପରେ ଉଚ୍ଚ ଶ୍ରେଣୀରେ ପାଠ ପଢ଼ିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ୁଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଉନ୍ନିତ ବିଦ୍ୟାଳୟର ମାନ୍ୟତା ପାଇବା ପାଇଥିବାରୁ ଏଠାରେ ଛାତ୍ରଛାତ୍ରୀମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବାର ସୁଯୋଗ ପାଇବା ଜାଣିବା ପରେ ସ୍ଥାନୀୟ ଅଭିଭାବକ ମାନେ ଖୁସିବ୍ୟକ୍ତ କରିଛନ୍ତି । ସେହିପରି ନୂଆଗାଁ ବ୍ଳକ ଅନ୍ତର୍ଗତ ବନ୍ଧାଭୁଇଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଉନ୍ନିତ ବିଦ୍ୟାଳୟ ମାନ୍ୟତା ପାଇଥିବାରୁ ଛାତ୍ରଛାତ୍ରୀ ମାନେ ଏ ସମସ୍ତ ସୁବିଧା ସୁଯୋଗ ହାସଲ କରିପାରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.