ଜେନିଥ ଡିଗ୍ରୀ ମହାବିଦ୍ୟାଳୟର ସଫଳତା:ଶୀର୍ଷ ୧୦ ମଧ୍ୟରେ ତନିଶା

0

ପଦ୍ମପୁର :ଚଳିତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ନାତକ+୩ ପରୀକ୍ଷାରେ ଜେନିଥ ଡିଗ୍ରୀ ମହାବିଦ୍ୟାଳୟର ସୁଶ୍ରୀ ତନୀଶା ଦାଶ ବୋଟାନି ବିଭାଗରେ କୃତିତ୍ୱ ଅର୍ଜନ କରି ମହାବିଦ୍ୟାଳୟର ଟେକ ରଖିବାରେ ସମର୍ଥ ହୋଇପାରିଛନ୍ତି।ଶୀର୍ଷ ଦଶଜଣଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜେନିଥ ଡିଗ୍ରୀ ମହାବିଦ୍ୟାଳୟର ଗର୍ବ ଓ ଗୈାରବ ରଖିପାରିଛନ୍ତି।ଠିକ ସେହିପରି ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରତ୍ୟୁଷ କୁମାର ବାରିକ ଶୀର୍ଷ ଦଶଜଣଙ୍କ ମଧ୍ୟରେ ଅଷ୍ଟମ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି।ଏ ପରିପ୍ରେକ୍ଷୀରେ ଅଧ୍ୟକ୍ଷ ନିଶିଥ ରଞ୍ଜନ ମହାନ୍ତି, ମହାବିଦ୍ୟାଳୟର ସଭାପତି ପ୍ରତାପ କୁମାର ମିଶ୍ର,ସମ୍ପାଦକ ସୁଶାନ୍ତ କୁମାର ରଥ, ସଂଯୋଜକ ମନୋଜ କୁମାର ପଣ୍ଡା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.