ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ-୨୦୨୩ ପାଳିତ

0

ଜଗତସିଂହପୁର,/ସୁମନ୍ତକୁମାରଦାସ:ପ୍ରତିବର୍ଷ ଜୁନ ମାସ ଚଉଦ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଥିବା ବେଳେ ଜଗତସିଂହପୁର ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ-୨୦୨୩ପାଳିତ ହୋଇଯାଇଛି।ବିଶ୍ୱ ରକ୍ତଦାତା ଦିବସ କୁମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ପାରୁଲ ପଟାୱରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ସାଧାରଣ ଜନତାଙ୍କୁ ୨୦୨୩ବିଶ୍ୱ ରକ୍ତଦାତା ଦିବସର ବାର୍ତ୍ତା ଯଥା ରକ୍ତ ଓ ପ୍ଲାଜମା ଦାନ କରନ୍ତୁ, ନିୟମିତ ଜୀବନ ବାଣ୍ଟନ୍ତୁ ବୋଲି ସଚେତନ କରିଥିଲେ। ତେବେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାଇଁ ରକ୍ତର ଆବଶ୍ୟକତା ଏବଂ ସ୍ବେଛାକୃତ ରକ୍ତଦାନ ର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ କହିଥିଲେ।ଏହି ସଚେତନତା କାର୍ଯ୍ୟମରେ ଡିପିଏମ ଚକ୍ରଧର ଜେନା, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଏଡିପିଏଚସିଓ ସଚଳା ମହାନ୍ତି,ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୂ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଆଲୋକ ରଂଜନ ଦାସ,ଆଇନଜୀବୀ ସଂଘର ସମ୍ପାଦକ ନରେଶ ଦାସ,ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସାହୂ, ନର୍ସିଂ କଲେଜର ଛାତ୍ର ଛାତ୍ରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଅର୍ବାନ ଆଶା,ସୁରକ୍ଷା କର୍ମଚାରୀ ମାନେ ରାଲିରେ ଯାଇ ସହର ପରିକ୍ରମା କରି ସଚେତନତା କରିଥିଲେ।

Leave A Reply

Your email address will not be published.